ସୁନୀଲ ସେଠୀ ଟୁଇଟର ରେ ବ୍ରହ୍ମପୁରରେ ର ସ୍ୱଚ୍ଛତା କୁ ନେଇ କଣ କହିଛନ୍ତି
ସ୍ୱଚ୍ଛତା କେବଳ ଏକ ସ୍ଲୋଗାନ ନୁହେଁ ବ୍ୟକ୍ତିର ନିତିଦିନିଆ ଜୀବନରେ ଏହା ଏକ ଅଂଶ ହେବା ଆବଶ୍ୟକ।ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସ୍ୱଚ୍ଛତା ଆବଶ୍ୟକ।
2014ଅକ୍ଟୋବର 2ତାରିଖରେ ନୂଆଦିଲ୍ଲୀ ର ରାଜ ପଥ ରେ ସ୍ୱଚ୍ଛ ଭାରତ ମିଶନ ର ଶୁଭାରମ୍ଭ କରିଥିଲେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି।ଝାଡୁ ଧରି ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା।ବେଶ୍ କିଛିଦିନ ଧରି ସମୂହ ଆନ୍ଦୋଳନ ରେ ପରିଣତ ହୋଇଯାଉଥିଲା ସ୍ୱଚ୍ଛ ଭାରତ ମିଶନ।ସ୍ୱଚ୍ଛ ଭାରତ ଅଭିଯାନ ଦେଶ ବ୍ୟାପି ନାଗରିକଙ୍କୁ ଏକାଠି କରିଥିଲା।ସ୍ୱଚ୍ଛ ଭାରତର ସନ୍ଦେଶ ର ପ୍ରସାର କ୍ଷେତ୍ରରେ ଭାରତର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।
ଏହି ସ୍ୱଚ୍ଛ ତା ମିଶନରେ ସାମିଲ ସରକାରୀ ଅଧିକାରୀଙ୍କ ଠାରୁ ଯବାନ, ବଲିଉଡ ଅଭିନେତା,କ୍ରୀଡାବିତ୍,ଶିଳ୍ପପତି,ଧର୍ମଗୁରୁ ଆଦି ସମସ୍ତେ ସାମିଲ ହୋଇଥିଲେ।ଆମ ରାଜ୍ୟ ଓଡ଼ିଶା ର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ତତ୍ପରତା ଦେଖାଯାଇଥିଲା।ବେଶ୍ କିଛିଦିନ ଏହା ଖବରକାଜମାନଙ୍କରେ ପୃଷ୍ଠା ମଣ୍ଡନ କରିଥିଲା।ତେବେ ଧୀରେ ଧୀରେ ଲୋକେ ମିଶନକୁ ଭୁଲିବାକୁ ଲାଗିଲେ।ବର୍ତ୍ତମାନ ଆଉ ପୂର୍ବପରି ସ୍ୱଚ୍ଛତା ମିଶନ ପ୍ରତି ଧ୍ୟାନ ଦେଉନାହାନ୍ତି ଲୋକେ।ତେବେ ଏପରି ସମୟରେ ବଲିଉଡ ର ଲୋକପ୍ରିୟ ଅଭିନେତା ସୁନୀଲ ସେଠୀ ଓଡ଼ିଶାର ବ୍ରହ୍ମପୁରରେ ସହରକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନ ଦେଇଛନ୍ତି।
ସେ ବ୍ରହ୍ମପୁରରେ ସହରକୁ ସ୍ୱଚ୍ଛ ରଖିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।ବାହାରେ ମଳ ତ୍ୟାଗ ନକରିବା ସହ ସହରକୁ ସ୍ୱଚ୍ଛ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି।ଅଳିଆ ଆବର୍ଜନା ମୁକ୍ତ କରିବାପାଇଁ ସହର ବାସୀଙ୍କୁ ଆହ୍ୱାନ କରିଛନ୍ତି। ମଇଳା ଦ୍ବାରା ବିଭିନ୍ନ ସଂକ୍ରାମକ ରୋଗ ହୁଏ ବୋଲି ସେ କହିଛନ୍ତି।ବ୍ରହ୍ମପୁରରେ ସହରକୁ ସ୍ୱଚ୍ଛ ସୁନ୍ଦର୍ ରଖିବାପାଇଁ ସେ ଆହ୍ୱାନ କରିଛନ୍ତି।
ଆପଣ ମାନଙ୍କୁ ଅନେକ ଅନେକ ଅନୁରୋଧ ଆପଣ ଯେଉଁ ବି ଜାଗା ରେ ରୁହନ୍ତୁ ସେ ସହର ହେଉ ବା ଗାଁ ତାକୁ ସଫା ରଖନ୍ତୁ।