ଝଗଡା ଲଗାଇବାରୁ ମହିଳାଙ୍କୁ ତୀର ମାଡ କଲେ ପଡୋଶୀ

କେନ୍ଦୁଝର ଜିଲା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ପାରିବାରିକ ଝଗଡ଼ା ରୁ ମହିଳା ଙ୍କୁ ତୀର ମାଡ କରିଛନ୍ତି ବିରୋଧୀ ପକ୍ଷ I ମିଳିଥିବା ସୂଚନା ଅନୁଯାଇ ଘଟଣା ଟି ହେଉଛି ଘସିପୁରା ଥାନା ବାଲିପାଳ ଗାଁ ର I ମହିଳା ଙ୍କ ନାମ ଆଲି ଜେନା(୨୫) I ସ୍ୱାମୀଙ୍କ ନାମ ସାରୁନା ଜେନା I କୌଣସି ପାରିବାରିକ କାରଣ ନେଇ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ସହିତ ପଡୋଶୀ ଅଭିନ୍ନ ଜେନାଙ୍କ ଝଗଡା ହେଇଥିଲା I ଝଗଡା ତୀବ୍ରତର ହେବାକୁ ଲାଗିଲା ଏବଂ ଏଇଥିରେ କ୍ରୋଧିତ ହେଇ ଅଭିର୍ଣ୍ଣ ମହିଳାଙ୍କୁ ତୀର ମାଡ କରିଥିଲେ I ତୀର ଟି ମହିଳା ଙ୍କ ପିଠିରେ ଗଳି ଛାତି ପର୍ଯ୍ୟନ୍ତ ପଶିଯାଇଛି I ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହେଇ ନିକଟସ୍ଥ ଆନନ୍ଦପୁର ଡାକ୍ତରଖାନା ଏବଂ ପରେ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *