ଜିଲ୍ଲା ଶିକ୍ଷା ବିଭାଗ ହ୍ବାଟସ୍‌ଆପ୍‌ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇ ଚାକିରୀ ହରାଇଲେ ପ୍ରଧାନଶିକ୍ଷକ

ସମସ୍ତ ଶିକ୍ଷକ ମାନଙ୍କୁ ଏକ ସଙ୍ଗରେ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନା ତତକ୍ଷଣାତ ପହଞ୍ଚାଇବା ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଏକ ହ୍ବାଟସ୍‌ଆପ୍‌ ଗ୍ରୁପ ତିଆରି ହେଇଥିଲା I ଏଥିରେ ଭଦ୍ରକ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଙ୍କୁ ଆଡ୍ କରାଯାଇଥିଲା Iକିନ୍ତୁ ଗତକାଲି ଗ୍ରୁପ ମିଳିଥିଲା ଅଶ୍ଳୀଳ ଭିଡିଓ I ଖୋଜ ଖବର ନେବାରୁ ଜଣାପଡିଥିଲା ଯେ ଭିଡ଼ିଓଟିକୁ ଆରସିବିଏଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ମହାନ୍ତି ପୋଷ୍ଟ କରିଛନ୍ତି I ସଂଗେ ସଂଗେ କଥା ପ୍ରଘଟ ହେଇଜିବାରୁ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଗତକାଲି ତାଙ୍କୁ ଚିଠି ନଂ. ୬୦୫୫ ଦ୍ୱାରା କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏନେଇ ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ମହାନ୍ତିକହିଛନ୍ତି ଯେ ଭୁଲ ବଶତଃ ଭିଡ଼ିଓଟି ଅପ୍ଲୋଡ ହେଇଯାଇଥିଲା I

One Comment on “ଜିଲ୍ଲା ଶିକ୍ଷା ବିଭାଗ ହ୍ବାଟସ୍‌ଆପ୍‌ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇ ଚାକିରୀ ହରାଇଲେ ପ୍ରଧାନଶିକ୍ଷକ”

Leave a Reply

Your email address will not be published. Required fields are marked *