କିନ୍ନର ଙ୍କ ବର୍ବରତା :ବିନା କାରଣରେ ସାଧୁ ଙ୍କୁ ଉଲଗ୍ନ କରି ପିଟିଲେ

କିନ୍ନର ଙ୍କ ପ୍ରତି ସାଧାରଣତଃ ଆମ ମନରେ ସ୍ୱତନ୍ତ୍ର ସ୍ଥାନ ଥାଏ I କିନ୍ତୁ ଟ୍ରେନ କିମ୍ବା ଛକ ରେ କିଛି କିନ୍ନର ଙ୍କ ଖରାପ ବ୍ୟବହାର ପାଇଁ ସେମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହେଇଥାଏ I ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଖଣ୍ଡଗିରିରେ I କୌଣସି ଦୋଷ ନଥାଇ ଜଣେ ସାଧୁ ବାବାଙ୍କୁ ଉଲଗ୍ନ କରି ଘୋଷାଡ଼ି ବାଡେଇଛନ୍ତି କିନ୍ନର ମାନେ I ଘଟଣା ଟି ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ ଏନେଇ ସାଧୁ ବାବା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ଖଣ୍ଡଗିରି ଗୁମ୍ଫା ସାମ୍ନାରେ କିନ୍ନର ମାନେ ଦେହବ୍ୟାବସାୟ ରେ ଲିପ୍ତ ଥିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି କିନ୍ନର ମାନଙ୍କୁ ବାଡ଼େଇଥିଲା ,ଫଳରେ କିନ୍ନର ମାନେ ଛତ୍ରଭଙ୍ଗ ଦେଇ ଯିଏ ଯୁଆଡେ ପାରିଲେ ପଳାଇଥିଲେ I

ପାଖରେ ଥିବା ନାଗା ସାଧୁ ବାବାଙ୍କ ଆଶ୍ରମ କୁ କିଛି କିନ୍ନର ପସିଯାଇଥିଲେ ଏବଂ ବାବାଙ୍କୁ ଡୋର ବନ୍ଦ କରିବାକୁ ବାଧ୍ୟ କରିଥିଲେ I ବାବା ସେମାନଙ୍କୁ କଡା ତାଗିଦ କରି ଆଶ୍ରମ ରୁ ବାହାର କରିଦେଇଥିଲେ I ତା ପରଦିନ କିଛି କିନ୍ନର ଏକାଠି ହେଇ ବାବାଙ୍କ ଆଶ୍ରମ ରେ ପହଂଚି ବିଧା ଗୋଇଠା ସହିତ ଝାଡ଼ୁରେ ନିର୍ଘାତ ପିଟିଥିଲେ I ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କାହାକୁ ଗିରଫ କରାଯାଇନି I

Leave a Reply

Your email address will not be published. Required fields are marked *