ଗ୍ରୀଷ୍ମ ଛୁଟିର ଅବସାନ (ଶିକ୍ଷକ ସ୍ପେଶିଆଲ)

ଆନନ୍ଦ ଉଲ୍ଲାସେ ଖଟିଗଲା ଦିନ
ଜଣା ପଡିଲାନି ଛୁଟି
ନିକଟରେ ଦେଖ ମାଡି ଆସିଲାଣି
କରିବାକୁ ହେବ ଡ୍ୟୁଟି ।

ସମୟ କାଟିଲେ ମନ ମଉଜରେ
ପର୍ୟଟନ ତୀର୍ଥସ୍ଥଳ
ଆଉ କିଏ ନୂଆ ସ୍ଥାନ ଭ୍ରମଣରେ
ବିତାଇଲେ ଗ୍ରୀଷ୍ମ କାଳ ।

କିଏ ବୁଲିଗଲା ଝିଅ ଜ୍ବାଇଁଘରେ
ନାତିନାତୁଣୀ ଙ୍କୁ ଦେଖି
ଆଉ କିଏ ଘରେ ଘର କାମ କରି
ଦେହ ମୁହଁ ଗଲା ସୁଖି ।

ଗ୍ରୀଷ୍ମ ର ତାତିଟି କମିଗଲା ଚାହେଁ
ବର୍ଷିଲା ବର୍ଷାର ଧାରା
ଖଇଫୁଟି ଦେହେ ବୋହୁଥିଲା ଝାଳ
ଶୀତଳ ହେଲାଣି ଧରା ।

ଗ୍ରୀଷ୍ମ ର ପ୍ରକୋପ କମିଗଲା ବୋଲି
ସରିନି ଆମର ବେଳ
ଶିକ୍ଷା ଅଧିକାର ଛାଡିବନି ଜମା
ବୁହାଇବ ନିଶ୍ଚେ ଝାଳ ।

ଉଜ୍ଜ୍ବଳ ଉତ୍ଥାନ ସ୍ତର ପରୀକ୍ଷଣ
ପିଲାଙ୍କୁ କରିବା ମେଳ
କାଗଜ କଲମ ରିପୋର୍ଟ ଦେବାରେ
ଗଡିଯିବ ଆମ ବେଳ ।

କିଛିଦିନ ପାଇଁ ଭୁଲି ଗଲେ ସବୁ
ସ୍କୁଲର ଜଞ୍ଜାଳ ମୟ
ଏମ୍ ଡି ଏମ୍,ବି ଏଲ୍ ଓ,ଲେସନ ଡାଏରୀ
ଶିକ୍ଷକେ ହେବେ ଅଥୟ

One Comment on “ଗ୍ରୀଷ୍ମ ଛୁଟିର ଅବସାନ (ଶିକ୍ଷକ ସ୍ପେଶିଆଲ)”

Leave a Reply

Your email address will not be published. Required fields are marked *