ବିରୋଧୀ ଙ୍କୁ ଧମକ : ପାଟି ଚୁପ୍ କର ନଚେତ ଲଙ୍ଗଳା ହେଇ ଚଣ୍ଡୀ ରୂପ ଦେଖାଇବି

ଜଗନ୍ନାଥ ଙ୍କ ପ୍ରସିଦ୍ଧ ଭଜନ ଆହେ ନୀଳ ଶୈଳ କୁ ନେଇ ଜାତୀୟ ସ୍ତରରେ କଦର୍ଥ କରି ଗାଇବା କୁ ନେଇ ଗତକିଛିଦିନ ଧରି ସୋନା ମହାପାତ୍ର ଙ୍କୁ ବିରୋଧ କରାଯାଉଛି I ଏପରିକି ସ୍ୱର୍ଗଦ୍ୱାର ରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା Iତଥାପି ସୋନା ଏହାକୁ ଭୃକ୍ଷେପ ନକରି ଆଗାମୀ ଦିନରେ ଓଡ଼ିଆ ଗୀତ ଗାଇବେ ବୋଲି ଦୃଢ ଜବାବ ରଖିଥିଲେ ଏବଂ ସଫେଇ ଦେଇଥିଲେ ଯେ ସେ ଓଡ଼ିଶାର ସଂସ୍କୃତି ଏବଂ କଳା ର ପ୍ରଚାର କରୁଛନ୍ତି I ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଜୋରଦାର ବିରୋଧ କରାଯାଉଛି I

ଏନେଇ ବିଭୂପ୍ରସାଦ ସ୍ୱାଇଁ ନାମକ ଜଣେ ଯୁବକ ସୋନା ଙ୍କୁ ଟ୍ୱିଟ କରି କହିଥିଲେ କି ମାଡାମ ସୋନା ନୀଳ ଶୈଳ ଏକ ଭଜନ ଅଟେ ଆପଣ ଯେଉଁପରି ଭାବରେ ଅଧା ଲଙ୍ଗଳା ଡ୍ରେସ ପିନ୍ଧି ଏହାକୁ ଆଧୁନିକ ଭାବରେ ଗାଇଲେ ତାହା ଲଜ୍ୟାକର ଘଟଣା I ଆମ ସଂସ୍କୃତି ପରମ୍ପରା କୁ ନଷ୍ଟ କରିବାକୁ ଆପଣଙ୍କୁ କିଏ ଅନୁମତି ଦେଲା I ଆପଣ ଓଡ଼ିଆ ଜାତି ପାଇଁ ଏକ କଳଙ୍କ ଅଟନ୍ତି I

ବାସ୍ ଏତିକିରେ ରାଗିଯାଇଥିଲେ ସୋନା ଏବଂ ସଂଗେ ସଙ୍ଗେ ଜବାବ ରଖିଥିଲେ ସମ୍ପୃକ୍ତ ଯୁବକ ଙ୍କୁ I ପାଟି ଚୁପ କର ନହେଲେ ପୁରା ଲଙ୍ଗଳା ହେଇ ଅତି ଉଞ୍ଚ ସାଣ୍ଡେଲ ପିନ୍ଧି ଚଣ୍ଡୀଙ୍କର ଅସଲ ରୂପ ଦେଖେଇ ଦେବି ଯଦି ତୁମେ ପାଟି ଚୁପ ନକରିବ I ଚଣ୍ଡୀ ଯେପରି କିଛି ପିନ୍ଧି ନଥିଲେ ମୁଁ ସେହିପରି ଲଙ୍ଗଳା ହେଇଯିବି I

Leave a Reply

Your email address will not be published. Required fields are marked *