ସରକାର ଙ୍କ ଅପାରଗତା : ଅପାରଗ ଫ୍ରାଞ୍ଚାଇଜ ହାତରେ ବିଦ୍ୟୁତ ବିଭାଗ କୁ ଟେକିଦେଲେ

ସେସୁ ରେ ଆର୍ଥିକ ଥିବା କ୍ଷତି ଦର୍ଶାଇ ୨୦୧୨ ରେ 20 ଟି ଡିଭିଜନ ମଧ୍ୟରୁ 60% ରୁ ଉର୍ଧ ATC ଲସ ଥିବା ୧୪ଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନର କାର୍ଯ୍ୟ ତୁଲାଇବାକୁ ୩ଟି କମ୍ପାନୀ ଏନ୍‌ଜେନ୍‌, ଆରୟୁପିଏଲ ଆଣ୍ଡ ଏସ୍‌ୟୁପିଏଲ ଏବଂ ଫେଡ୍‌କୋକୁ ୫ ବର୍ଷ ପାଇଁ ଦିଆଯାଇଥିଲା I ଏବଂ 5 ବର୍ଷ ଭିତରେ 15% ATC ଲସ କମାଇବା ପାଇଁ ନିର୍ଦେଶ ଥିଲା I ୟା ମଧ୍ୟରେ ଫ୍ରାଞ୍ଚାଇଜ ର ଚୁକ୍ତି ଅନୁଯାଇ କାର୍ଯ୍ୟକାଳ ଡିସେମ୍ବର-2017 ରେ ସରିଯାଇଥିଲା କିନ୍ତୁ ଅହେତୁକ ଅନୂକମ୍ପା ଦେଖାଇ 6 ମାସ ଅର୍ଥାତ 2017 ଜୁନ୍ -30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା I

5 ବର୍ଷ ର କାର୍ଯ୍ୟକାଳ ର ସରକାରୀ ସମୀକ୍ଷା ଅନୁଯାଇ Enzen ମାର୍ଚ୍ଚ 2018 ସୁଦ୍ଧା ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ ହାରାହାରି 10.2% ATC ଲସ କମାଇଥିଲା I

Enzen ଉପରେ ହାରାହାରି 12.5 କୋଟି ବକେୟା ରହିଥିବା ଗତକାଲି ବିଳମ୍ବିତ ରାତ୍ରିରେ ବିନା ଟେଣ୍ଡର ରେ Enzen କୁ ବିଦ୍ୟୁତ ବିଭାଗ ର ଢେଙ୍କାନାଳ , ଅନୁଗୋଳ , ଚାଇଁ ପାଳ ,ଜଗତସିଂହପୁର କେନ୍ଦ୍ରାପଡା ଡିଭିଜନ ର ରକ୍ଷଣା ବେକ୍ଷଣ ଏବଂ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ପାଇଁ 10 ବର୍ଷ ଅର୍ଥାତ 2028 ଯାଏଁ ବିନା ଟେଣ୍ଡର ରେ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି I

Leave a Reply

Your email address will not be published. Required fields are marked *