ଫ୍ରାଞ୍ଚାଇଜ ର ଅବଧି 2028 ପର୍ଯ୍ୟନ୍ତ ବୃଦ୍ଧି I ଭିତିରିଆ ୧୦୦କୋଟିର ଡିଲ ହେଇଥିବା ଚର୍ଚ୍ଚା !

ସେସୁ ରେ 60% ରୁ ଉର୍ଧ ATC ଲସ ଥିବା ୧୪ଟି ଡିଭିଜନ କୁ ଘରୋଇ କମ୍ପାନୀ ଏନ୍‌ଜେନ୍‌, ଆରୟୁପିଏଲ ଆଣ୍ଡ ଏସ୍‌ୟୁପିଏଲ ଏବଂ ଫେଡ୍‌କୋକୁ ୫ ବର୍ଷ ପାଇଁ ୨୦୧୨ ରେ ସେସୁ ଟେକିଦେଇଥିଲା I ଏବଂ ଟାର୍ଗେଟ ଥିଲା 5 ବର୍ଷ ଭିତରେ 15% ATC ଲସ କମାଇବା I କିନ୍ତୁ 2017 ଡିସେମ୍ବର ରେ କାର୍ଯ୍ୟକାଳ ସରିଥିଲେ ମଧ୍ୟ 2018 ଜୁନ୍ -30 ଯାଏଁ ବୃଦ୍ଧି କରାଯାଇଥିଲା I ଆଜି ନିର୍ଧାରିତ ତାରିଖ ଅନୁଯାଇ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ସରୁଛି I ନିୟମ ଅନୁଯାଇ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ଶେଷ ପୂର୍ବରୁଫ୍ରାଞ୍ଚାଇଜ ର କାର୍ଯ୍ୟ ଦକ୍ଷତା ତର୍ଜମା କରାଯାଇ ନିଷ୍ପତି ନେବା କଥା I କିନ୍ତୁ ବିନା କୌଣସି ତର୍ଜମା ରେ ଫ୍ରାଞ୍ଚାଇଜ ଏନଜେନ ଏବଂ ଫେଡକୋର ଚୁକ୍ତି ମୀଆଦ କୁ ଆଉ ୧୦ବର୍ଷ ଅର୍ଥାତ 2028 ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସେସୁ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନେ ଉପର ବିଭାଗ କୁ ପଠାଇଥିଲେ ଯାହାକି ଗୃହୀତ ହେଇଚି ଏବଂ ଚୁକ୍ତି ର ନବୀକରଣ ସରିଯାଇଛି I

କେବଳ ବିଧିବଦ୍ଧ ଭାବେ ଘୋଷଣା ହେବାକୁ ବାକି ଅଛି I କିନ୍ତୁ ଫ୍ରାଞ୍ଚାଇଜ ଆରୟୁପିଏଲ ଓ ଏସୟୁପିଏଲ ଉପରେ ଖପ୍ପା ହେଇଛନ୍ତି ବିଭାଗୀୟ ଅଧିକାରୀ , ଏହାର ଲାଇସେନ୍ସ ନବୀକରଣ କରାଯାଇ ନାହିଁ।

ବରଂ ଏହା ଉପରେ 45 କୋଟିର ଜୋରିମାନା ଲଦିଦେଇଛନ୍ତି ଓଇଆରସି। ଅନ୍ୟପଟେ ଏହାକୁ ସହଜ ରେ ଗ୍ରହଣ କରିପାରିନାହିଁ ଆରୟୁପିଏଲ ଓ ଏସୟୁପିଏଲ I ଅନ୍ୟ କମ୍ପାନୀ ପରି 10 ବର୍ଷ ରହିବାକୁ ଜିଦି କରିଛି ଫ୍ରାଞ୍ଚାଇଜ I ବିଭାଗ ଉପରେ ଓଲଟା କେସ ଦାଖଲ କରିଛି I ଯାହାକି 28 ତାରିଖରେ ଡେଟ ଥିବା ବେଳେ ସେସୁ କର୍ତ୍ତୃପକ୍ଷ ଙ୍କ ଅନୁପସ୍ଥିତତା ପାଇଁ ଅନ୍ୟ ଏକ ତାରିଖ ନିଆଯାଇଛି I ଏନେଇ ଆରୟୁପିଏଲ ଓ ଏସୟୁପିଏଲ ଖୁଶି ଜାହିର କରିଥିଲେ ମଧ୍ୟ ଏହାର ନବୀକରଣ ନେଇ ବିଭାଗ କୌଣସି ନିଷ୍ପତି ନେଇନାହିଁ I

ଗୋଟେ ପଟେ ଏନଜେନ ଏବଂ ଫେଡକୋର ଚୁକ୍ତି ନବୀକରଣ ସାରିଥିବା ବେଳେ ଆରୟୁପିଏଲ ଓ ଏସୟୁପିଏଲ ର ଜଟିଳ ଅବସ୍ଥା ରେ ରହିଛି I ତେବେ ଏନଜେନ ଏବଂ ଫେଡକୋର ଚୁକ୍ତି ବୃଦ୍ଧି ନେଇ ସାଧାରଣରେ ଆଲୋଚନା ହେଉଛି ଯେ ଏହା ମଧ୍ୟରେ କୋଟି କୋଟି ଟଙ୍କାର ଡ଼ିଲ ହେଇଛି I ଯେଉଁଥିରେ ବିଭାଗୀୟ ଅଧିକାରୀ ମାନେ ଫ୍ରାଞ୍ଚାଇଜ ଆଗରେ ବିକ୍ରି ହେଇଯାଇଛନ୍ତି I

ସେହିପରି ଫ୍ରାଞ୍ଚାଇଜ ର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିବା ସହିତ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ପାଞ୍ଚ ବର୍ଷର କାର୍ଯ୍ୟକାଳ ତର୍ଜମା କରାଯାଏ ତେବେ ବିନା କୌଣସି ସରକାରୀ ସହାୟତା କିମ୍ବା ସହଯୋଗ ରେ ସେମାନେ ନିର୍ଧାରିତ ATC ଲସ କମାଇବାରେ ସଫଳ ହେଇଛନ୍ତି I ଯେଉଁଠାରେ ବିଦ୍ୟୁତ ଡିଭିଜନ ଗୁଡିକ ତିନି ବର୍ଷରେ 1% ରୁ 2% କମାଇବାରେ ସଫଳ ହେଇନାହାନ୍ତି ସେଠି 5 ବର୍ଷରେ 10/15 % କମାଇବା ଏତେ ସହଜ ନୁହେଁ I ତଥାପି ଏହାକୁ ସେମାନେ କରିଛନ୍ତି I

ଖାଲି ମିଡ଼ିଆ ଆଗରେ ଫ୍ରାଞ୍ଚାଇଜ କରିପାରିଲାନାହିଁ ବୋଲି ବାଇଟ ଦେଇଦେଲେ ହେବନି , ଅସଲ କାର୍ଯ୍ୟରେ କରି ଦେଖାଇବା କେତେ କଷ୍ଟ କେବଳ ସେହି ମାନେ ଜାଣିଛନ୍ତି ଯେଉଁମାନେ ATC ଲସ କମାଇକି ଦେଖାଇଛନ୍ତି I ସୂଚନା ଥାଉ କି 5 ବର୍ଷ ର କାର୍ଯ୍ୟକାଳ ର ସରକାରୀ ସମୀକ୍ଷା ଅନୁଯାଇ Enzen 15% ବଦଳରେ ହାରାହାରି 10.2% ଏବଂ ଫେଡ଼କୋ 15% ବଦଳରେ 20% ATC ଲସ କମାଇଛନ୍ତି I

Leave a Reply

Your email address will not be published. Required fields are marked *