ପୁଣି ଧମାଲ କଲେ ପପୁ ସବ୍ୟସାଚୀ ଯୋଡି , ବଲିଉଡ ଅଭିନେତା ଟାଇଗର ଶ୍ରଫ ଙ୍କୁ ନଚେଇଲେ ଓଡ଼ିଆ ଗୀତ ରେ

ସବୁବେଳେ କିଛି ଭିର୍ଣ୍ଣ ଧରଣ ର କରିବାକୁ ଚେଷ୍ଟା କରୁଥିବା ସାର୍ଥକ ପ୍ରଡକ୍ସନ ର ସୀତାରାମ ଅଗ୍ରୱାଲ ଙ୍କ ପ୍ରଯୋଜିତ ନୂଆ ଚଳଚିତ୍ର ‘ଟୋକାଟା ଫସିଗଲା’ ଏଇ ରଥରେ ମୁକ୍ତିଲାଭ କରିବାର ଯୋଜନାରେ ରହିଛି I ନିର୍ଦେଶନା ଦାୟିତ୍ୱ ରେ ଅଛନ୍ତି ଖ୍ୟାତନାମା ନିର୍ଦେଶକ ରମେଶ ରାଉତ I ମୁଖ୍ୟ ଚରିତ୍ର ରେ ସବ୍ୟସାଚୀ , ଏଲିନା ଏବଂ ପପୁ ପମପମ ଅଛନ୍ତି I ତେବେ ପପୁ ଏବଂ ସବ୍ୟସାଚୀ ଙ୍କ ଯୋଡି ସବୁବେଳେ ନିଆରା ସେ ପିଲାଟା ବିଗିଡ଼ିଗଲା ହେଉ କିମ୍ବା ବାଏ ବାଏ ଦୁବାଇ ଏମିତି ଅନେକ ଚଳଚିତ୍ରରେ ଦୁହେଁ ହସେଇ ହସେଇ ବେଦମ କରିଛନ୍ତି I ଏଥରକ ମଧ୍ୟ ଦୁଇ ଜଣ ଯାକ ସାର୍ଥକ ର ‘ଟୋକାଟା ଫସିଗଲା’ ରେ ଆସୁଛନ୍ତି I ଦୁହେଁ ମିଶିକି ଏକ ଗୀତ ଗାଇଛନ୍ତି ‘ମାୟା ରେ ବାୟା’ I

ଯାହାକି ସୋସିଆଲ ମିଡିଆରେ ପୁରା ହଇଚଇ ସୃଷ୍ଟି କରିସାରିଲାଣି I ତେବେ ସବୁଠୁ ବଡ କଥା ହେଉଛି ଗୀତଟିକୁ ପ୍ରମୋଶନ କରିବାକୁ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏଥିରେ ଡାନ୍ସ କରିଛନ୍ତି I

Leave a Reply

Your email address will not be published. Required fields are marked *