ସ୍କୁଲରୁ ଫେରୁଥିଲେ ଟ୍ରକ ଚଢ଼ିଗଲା ,ଘଟଣା ସ୍ଥଳରେ ୫ ମୃତ ,4ଗୁରୁତର

ଭଦ୍ରକ ରେ ଅଭାବନୀୟ ଘଟଣା ଘଟିଯାଇଛି I ସ୍କୁଲ ଛୁଟିପରେ ପିଲା ମାନେ ସାଇକେଲରେ ଘରକୁ ଫେରୁଥିଲେ କିନ୍ତୁ ଅଚାନକ ଏକ ଟ୍ରକ ସେମାନଙ୍କ ମାଡିଗଲା ।କେହି କିଛି ବୁଝିବା ଆଗରୁ ଘଟଣା ସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା 5 ନିରୀହ ନିଷ୍ପାପ ଶିଶୁଙ୍କର I ଏବଂ ଆହୁରି 4ଜଣଙ୍କୁ ଗୁରୁତର ଭାବରେ କଟକ SCBକୁ ସ୍ଥାନାନ୍ତରିତ କରାଯାଇଛି I ଘଟଣାଟି NH-16 ରାଣୀତାଲ ଛକ ଅଂଚଳ ର I ନିକଟସ୍ଥ ରାଣୀତାଲ ହାଇସ୍କୁଲର ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟିରେ ଘରକୁ ଫେରୁଥିବା ବେଳେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସ୍କୁଲ ପିଲାମାନଙ୍କ ଉପରେ ଚଢ଼ିଯାଇଥିଲା I

ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହେଇ ବିକ୍ଷୋଭ ଜାରିରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଉତ୍ୟକ୍ତ ଲୋକେ ପୋଡି ଦେଇଛନ୍ତି I ପୋଲିସ ପହଂଚି ବୁଝାସୁଝା ଜାରି ରଖିଛି I ମୃତ ଛାତ୍ରୀଛାତ୍ରଙ୍କୁ ଅନୁକମ୍ପା ମୂଳକ ସହାୟତା ଭାବରେ ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *