ସେସୁ ର ଅପାରଗତା ପାଇଁ ନିରୀହ ଯୁବକ ଙ୍କ ଜୀବନ ଚାଲିଗଲା

ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି I କେତେବେଳେ ଦିନ ଦିପହରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ନିରୀହ ପଥଚାରୀ ଙ୍କ ଜୀବନ ଯାଉଛି ତ କେତେବେଳେ ରାସ୍ତା ଉପରେ ତାର ଛିଣ୍ଡିପଡୁଛି I କେତେବେଳେ ଚାଷୀଙ୍କ ଜୀବନ ଯାଉଛି ବିଲରେ କରେଣ୍ଟ ଲାଗିକି I ଶକ୍ତି ବିଭାଗ କିନ୍ତୁ ସମ୍ପୂର୍ଣ୍ଣ ବେଫିକର I ବହୁ ବର୍ଷ ଧରି ପୁରୁଣା ତାର ସବୁ ବଦଳାଯାଉନାହିଁ I ଯାହାଫଳରେ ଦୁର୍ଘଟଣା କୁ ଡାକିକି ଆଣୁଛି ଶକ୍ତି ବିଭାଗ Iତେବେ ଶକ୍ତି ବିଭାଗରେ ଆବଶ୍ୟକ କର୍ମଚାରୀ ନାହାନ୍ତି କିମ୍ବା ଏହାକୁ ପୂରଣ କରିବାରେ ଶକ୍ତି ବିଭାଗ ର ଟିକିଏ ବି ଆନ୍ତରିକତା ନାହିଁ ଯାହା ଫଳରେ କର୍ମଚାରୀ ଅଭାବ ର ଶିକାର ହେଉଛନ୍ତି ନିରୀହ ଉପଭୋକ୍ତା I ଏମିତିକି ଉପଭୋକ୍ତା ଙ୍କୁ ସେବା ଯୋଗାଇଦେବା ପାଇଁ କାର୍ଯ୍ୟରତ ଜେଇ ଏବଂ ଏସ୍ଡିଓ ଅନଭିଜ୍ଞ ସାଧାରଣ ଯୁବକ ମାନଙ୍କୁ ଠିକା ଭାବରେ ନିୟୋଜିତ କରି ସେମାନଙ୍କର ଜୀବନକୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି I

ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ନିହାଲପ୍ରସାଦ ରେ I ଆବଶ୍ୟକ କର୍ମଚାରୀ ନଥିବାରୁ ମାତ୍ର ଦୁଇ ଜଣ କର୍ମଚାରୀ ରେ ଅଫିସ ଚାଲୁଥିବା ବେଳେ ,ସେସୁ ର କାର୍ଯ୍ୟରତ କର୍ମଚାରୀ ଦୈନିକିଆ ଠିକାରେ ବିଦ୍ୟୁତ ବିଷୟରେ ଜଣା ନଥିବା ସାଧାରଣ ଲୋକଙ୍କୁ ନିୟୋଜିତ କରିଥିବା ବେଳେ ,ଢେଙ୍କାନାଳ ଖଙ୍କିରା ଗ୍ରାମପଞ୍ଚାୟତର ଛୋଟତେନ୍ତୁଳି ଗ୍ରାମର ଚଣ୍ଡିଆ ସାମଲ ବିଦ୍ୟୁତ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିବା ବେଳେ କୌଣସି କର୍ମଚାରୀ ସଂଯୋଗ କରିଦେଇଥିଲେ ଫଳରେ ଖୁଣ୍ଟ ଉପରେ ବିଦ୍ୟୁତ ଆଘାତରେ ପ୍ରାଣ ଚାଲିଯାଇଛି ଯୁବକ ଙ୍କର I

ଘଟଣା ସ୍ଥଳରେ ପୋଲିସ ପହଁଚି ଶବ ଜବତ କରିଛି I

Leave a Reply

Your email address will not be published. Required fields are marked *