ଅତ୍ୟଧିକ ପର୍ନ ବା ଅଶ୍ଳୀଳ ଫିଲ୍ମ ଦେଖିବା ଦ୍ୱାରା ଏହା ବ୍ୟକ୍ତିର ମାନସିକ ଉପରେ ପ୍ରଭାବ ପକାଇଥାଏ I ବ୍ୟକ୍ତି ନିଜ ଆୟତ୍ତ ରୁ ବାହାରି କଣ କରିଥାଏ ନିଜେ ବି ଜାଣିପାରେନା I ତେବେ ଜଣେ ସ୍ୱାମୀ ଅଶ୍ଳୀଳ ଫିଲ୍ମ ଦେଖି ନିଜ ସ୍ତ୍ରୀ କୁ ଫିଲ୍ମ ରେ ଦେଖାଯାଉଥିବା ଦୃଶ୍ୟ ପରି ଅପ୍ରାକୃତିକ ସଂଭୋଗ କରିବାକୁ ବାଧ୍ୟ କରିବା ଏବଂ ସ୍ତ୍ରୀ ଏଥିରେ ରାଜି ନହେବାରୁ ମାଡ ମାରି ଛାଡପତ୍ର ଦେବା ଚର୍ଚା କୁ ଆସିଛି I ଘଟଣାଟି ହରିୟାଣାର ପାନିପତ ସହରର I
ମହିଳା ଜଣଙ୍କ କିଛି ଦିନ ତଳେ ବିବାହ କରିଥିଲେ ଜଣେ ଇଞ୍ଜିନିଅର ଙ୍କୁ I ତେବେ ବିବାହର କିଛି ଦିନ ପରେ ସ୍ୱାମୀ ଜଣଙ୍କ ତାଙ୍କ ଇଛା ବିରୁଦ୍ଧରେ ଅପ୍ରାକୃତିକ ସମ୍ଭୋଗ କରୁଥିଲେ ଏହାକୁ ବାରମ୍ବାର ମହିଳା ଜଣଙ୍କ ବିରୋଧ କରିବାରୁ ସ୍ୱାମୀ ଏଥିରେ ଉତକ୍ଷିପ୍ତ ହେଇ ତାଙ୍କୁ ମାଡ ମାରିବା ସହିତ ଛାଡପତ୍ର ଦେବାକୁ ଧମକ ଦେଇଛନ୍ତି I ଏନେଇ ମହିଳା ଜଣଙ୍କ ନିକଟ ଥାନାରେ ଅଭିଯୋଗ କଇଛନ୍ତି I