ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଜଗତର ବାଦଶାହା ଦେବୁବୋଷ : ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ଆରପାରିକି

ସେ ଥିଲେ ଓଡ଼ିଆ ଫିଲ୍ମ ଜଗତର ମହାନାୟକା , ଅଭିନୟ ର ଯାଦୁରେ କିମିଆ କରିଥିଲେ ଛୋଟ ପିଲାଠୁ ବୃଦ୍ଧ ଯାଏଁ I ତାଙ୍କ କାହାଣୀର ଚମତ୍କାର ଅଭିନୟରେ ଆଖିରୁ ଲୁହ ଝରାଇଦେଉଥିଲେ , ସେଥିପାଇଁ ତ ତାଙ୍କୁ ଓଡ଼ିଆ ଫିଲ୍ମ ଜଗତର ବାଦଶାହା କୁହାଯାଉଥିଲା I ସେ ହେଉଛନ୍ତି ବରିଷ୍ଠ ଅଭିନେତା ଦେବୁବୋଷ I ଆଉ ଦେଖିବାକୁ ମିଳିବନି ତାଙ୍କ ବରିଷ୍ଠ ଅଭିନୟ , ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି ଦେବୁବୋଷ I ଆଜି ହାଇଦ୍ରାବାଦ ରେ ସେ ଆରପାରିକି ଚାଲିଯାଇଛନ୍ତି I ମୃତ୍ୟୁବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା।

ଅଭିନୟ ଜଗତରେ ସେ ସୃଷ୍ଟି କରିଥିଲେ ଏକ ନିଆରା ପରିଚୟ, ପାଖାପାଖି 70ରୁ ଉର୍ଧ ସିନେମାରେ ସେ ଛାଡିଛନ୍ତି ତାଙ୍କର ବଳିଷ୍ଠ ଛାପ I

ଏଇଥିପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ର ସହିତ ମାନପତ୍ର ବି ପାଇଥିଲେ I ଏହି ମହାନାୟକ ଙ୍କ ଅକାଳ ବିୟୋଗରେ ଓଡିଶା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । I ଭଗବାନ ତାଙ୍କ ଅମର ଆତ୍ମା ର ସଦଗତି କରାନ୍ତୁ I

Leave a Reply

Your email address will not be published. Required fields are marked *