ବାଡେଇ ବାଡେଇ ପୋଲିସ ହାଜତ ରେ ମାରିଦେଲା,ଏବେ ନାମ ଦେଉଚି ଆତ୍ମହତ୍ୟା ର:ରକ୍ଷକ ସାଜିଲା ଭକ୍ଷକ

କେନ୍ଦ୍ରାପଡ଼ା:- କେନ୍ଦ୍ରାପଡ଼ା ର ମହାକାଳପଡ଼ା ଥାନା ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।ପୋଲିସ ଥାନା ରେ ବାଡେଇ ବାଡେଇ ମାରିଦେବା ପରେ ତାକୁ ନେଇ ଥାନା ରୁ ୧୦୦ ମିଟର ଦୂର ରେ ଏକ ଘରେ ଦଉଡ଼ି ଦେଇ ଟଙ୍ଗା ଇ ଦେଇଛି। ଏବଂ ସଫେଇ ଦଉଚି କି ଯୁବକ ଜଣକ ଖସି ଯାଇ ଆତ୍ମହତ୍ୟା କରିଛନ୍ତି କିନ୍ତୁ ଯୁବକଙ୍କ ଦେହର ଚିଂହ ଆଉ ଫୋଟୋ ଯାହା ଆମେ ଦେଖାଇବାକୁ ଯାଉଛୁ ଜଣାଉଛି କିପରି ଭାବରେ ପୋଲିସ ବାଡେଇ ବାଡେଇ ମାରିଦେଇଛନ୍ତି।

ଘଟଣା ଟି ଏହିପରି ଥିଲା କି ନିକଟସ୍ଥ ବାଲଣା ଗ୍ରାମ ର ଜନ୍ୟେକ ଯୁବକ ଙ୍କୁ ଏକ ମୋବାଇଲ ଚୋରି ଅଭିଯୋଗ ରେ ପୁଲିସ ଗିରଫ କରିଥିଲା। କିନ୍ତୁ ଥାନା ରେ ଆଣି ତାକୁ ନିସ୍ତୁକ ବାଡେଇଥିଲେ। ଏପରିକି ଯୁବକଙ୍କର ଗୁପ୍ତଙ୍ଗ ରେ ମଧ୍ୟ ମାରିଥିଲେ ଯାହା ଫଳରେ କି ପ୍ରଚୁର ରକ୍ତ ସ୍ରାବ ଘଟିବା ସହ ଯୁବକ ଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ଚତୁରତା ର ସହ ଶବ କୁ ନେଇ ଏକ ଘରେ ଟଙ୍ଗେଇ ପୁଲିସ ଏହାକୁ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା କରୁଛି।

କିନ୍ତୁ ଘଟଣା ସ୍ଥଳ ରେ ଲୋକମାନେ ପ୍ରତିବାଦ ଏବଂ ରାସ୍ତା ରୋକ କରିବାରୁ ପୁଲିସ ଉକ୍ତ ଶବ୍ ଇନ୍ସପେକ୍ଟର ଙ୍କୁ ନିଲମ୍ବିତ କରିବା ସହ ମୃତ ପରିବାର ଙ୍କୁ ୨ ଲକ୍ଷ ୧୦ ହଜାର ର ସହାୟତା ଘୋଷଣା କରିଛନ୍ତି

ସଂପୃକ୍ତ ପୋଲିସ୍ ଅଫିସର୍

କିନ୍ତୁ କଥା ହେଉଛି କି ଏହା କେତେ ଦୂର୍ ଠିକ୍ କି ପୋଲିସ ହାଜତେ ଭିତରେ ଏହିପରି ମାରି ମାରି ଜୀବନ ରୁ ମାରିଦେବ। କଣ ସେ ପୋଲିସ ବୋଲି ଏହି ଗରିବ ପରିବାର କୁ ନ୍ୟାୟ ମିଳିବ ନାହିଁ?

କଣ ୨ ଲକ୍ଷ ଟଙ୍କା ରେ ପୁଅ କୁ ଫେରି ପାଇବେ ବାପା ମା?

ତାହେଲେ କଣ କୋର୍ଟ କଚେରୀ ଉଠେଇ ଦିଆଯିବ? ଥାନା ରେ ହିଁ ନ୍ୟାୟ ମିଳିବ ଆଉ ଫାଶୀ ବି?

ଘଟଣା ଟି ସଂପୃକ୍ତ ଅଞ୍ଚଳ ରେ ଚହଳ ସୃଷ୍ଟି କରିଥିଲେ ମଧ୍ୟ ପୋଲିସ ର ବେପରୁଆ ଭାବ ନେଇ ପୋଲିସ ଟିକେ ହେଲେ ଚିହ୍ନିତ ମାନେ ହେଉନାହିଁ।

ଆପଣକଂ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ଆପଣକଂ କଥା ଆମର କଥା।

– ଓଡ଼ିଶା exclusive

One Comment on “ବାଡେଇ ବାଡେଇ ପୋଲିସ ହାଜତ ରେ ମାରିଦେଲା,ଏବେ ନାମ ଦେଉଚି ଆତ୍ମହତ୍ୟା ର:ରକ୍ଷକ ସାଜିଲା ଭକ୍ଷକ”

Leave a Reply

Your email address will not be published. Required fields are marked *