ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ଙ୍କ ଦୁଃଖଦ ସଂଘର୍ଷ ର କାହାଣୀ

ସୁଦର୍ଶନ ପଟନାୟକ I ସାରା ବିଶ୍ୱରେ ଏକ ଚର୍ଚିତ ନାମ I ଓଡ଼ିଶାରେ ଜନ୍ମ ହେଇଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ଏହି ବିଶ୍ୱ ବାଲୁକା ଶିଳ୍ପୀ I ଖାଲି ଓଡିଶା ନୁହେଁ ଦେଶ ପାଇଁ ସେ ବାରମ୍ବାର ସନମାନ ଏବଂ ଖ୍ୟାତି ଆଣିଛନ୍ତି I ନିଜେ ତିଆରି କରିଛନ୍ତି ରେକର୍ଡ ପୁଣି ନିଜେ ହିଁ ଭାଙ୍ଗିଛନ୍ତି ନିଜର ପୂର୍ବ ରେକର୍ଡ ସେଥିମଧ୍ୟରୁ ଲିମକା ରେକର୍ଡ ,ଗିନିଜବୂକ ରେକର୍ଡ ଅନ୍ୟତମ Iଅନ୍ତର୍ଜାତୀୟ ସ୍ତରରେ ଭାରତ ପକ୍ଷରୁ ପାଖାପାଖି 50ଥର ସେ ପ୍ରତିନିଧିତ୍ବ କରି ,
27ଥର ରୁ ଉର୍ଧ ଜିତିଛନ୍ତି I ସାରା ବିଶ୍ୱରୁ ତାଙ୍କୁ ଆୱାର୍ଡ ଦିଆଯାଇଛି ଯାହାର ତାଲିକା କଲେ ପାଖାପଖି 3/4 ଫର୍ଦ୍ଧ ରୁ କମ ହେବନି ସେଥିମଧ୍ୟରୁ ଡକ୍ଟରେଟ ଏବଂ ପଦ୍ମଶ୍ରୀ ବି ସାମିଲ ହେଇଚି I

ତେବେ ଓଡ଼ିଶାର ଏହି ରତ୍ନ ଜଣଙ୍କ ପିଲାଦିନ କିନ୍ତୁ ଅତି ଦୁଃଖ ଏବଂ ଯନ୍ତ୍ରଣା ରେ ଅତିବାହିତ ହେଇଚି ଯାହା ଆପଣ ଜାଣିନଥିବେ I 15 April 1977 ମସିହାରେ ଓଡ଼ିଶାର ପୁରୀ ର ଜଗନ୍ନାଥ ଧାମ ରେ ଏକ ଗରିବ ପରିବାର ରେ ଜନ୍ମ ନେଇଥିଲେ ସୁଦର୍ଶନ I ଗରିବ ଯୋଗୁଁ ତାଙ୍କ ବାପା ଛାଡି ଚାଲି ଯାଇଥିଲେ I ଘରେ ତିନି ଭାଇ ଙ୍କ ସହିତ ମା ଏବଂ ଜଣେ ବୁଢ଼ୀ ମାଙ୍କୁ ନେଇ ତାଙ୍କ ପରିବାର I ବୁଢ଼ୀ ମା ମାସିକ 200 ଟଙ୍କା ପେନ୍ସନ ପାଉଥିଲେ ,ସେହି ପେନସନ ରେ ସାରା ପରିବାର ନିର୍ଭର କରୁଥିଲା I ସ୍କୁଲ ରେ ଷଷ୍ଠ ଶ୍ରେଣୀରୁ ସୁଦର୍ଶନ ଙ୍କ ପାଠପଢ଼ାରେ ଡୋରି ଲାଗିଯାଇଥିଲା I କାହିଁକିନା ଘରେ ଦୁଇ ଓଳା ଖାଇବାକୁ କଷ୍ଟ ହେଉଥିଲା ପାଠ କଥା କିଏ ପଚାରେ ??ନିଜ ପଡୋଶୀ ଘରେ କାମ କରିବାକୁ ଲାଗିଲେ ସୁଦର୍ଶନ I ଛୋଟ ବେଳୁ ତାଙ୍କର ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ଥିଲା କିନ୍ତୁ ପଇସା ଅଭାବ ରୁ ପେନ୍ସିଲ ରଙ୍ଗ କିଣିପାରୁନଥିଲେ I ରାତି 3 ଟା ବେଳେ ଲୁଚିକି ସମୁଦ୍ର ପଳାଉଥିଲେ ବୁଲିବାକୁ ଦିନେ ସମୁଦ୍ର ବାଲି କୁ କାନଭାସ ସଜେଇଦେଲେ ଏବଂ ନିଜ ହାତକୁ ପେନସିଲ କରି ତିଆରି କଲେ ବାଲିର ଛୋଟ ସ୍ତୁପ I

ସେଦିନ ଭାରି ଖୁଶି ଲାଗୁଥିଲା ତାଙ୍କୁ ,ଏହିପରି ସବୁଦିନ ସେ ଲୁଚିକି ଯାଉଥିଲେ ଏବଂ ବାଲିର ସ୍ତୁପ ତିଆରି କରି ସକାଳୁ 6 ରେ ପଳେଇଆସି ପଡିଶା ଘରେ କାମ କରୁଥିଲେ I
ଦିନେ ସନ୍ଧ୍ୟା ସମୟରେ ସୁଦର୍ଶନ ବେଳାଭୂମି କୁ ଯାଇଥିବା ବେଳେ ଦେଖିଲେ ତାଙ୍କ ହାତ ତିଆରି ବାଲୁକା ସ୍ତୁପ କୁ ଲୋକମାନେ ପ୍ରଶଂସା କରୁଛନ୍ତି I ସେ ଚକିତ ହେଇଯାଇଥିଲେ I ଯେଉଁ କାମ କୁ ସେ ସାରାଦିନ କରୁଥିଲେ ସେଥିପାଇଁ ତାଙ୍କୁ କେହି ବି ପ୍ରସଂଶା କରୁନଥିଲେ ,କିନ୍ତୁ ମାତ୍ର 3 ଘଣ୍ଟା ରେ ତିଆରି କରୁଥିବା ଚିତ୍ରକୁ କେତେ ଲୋକ ପଶଂସା କରୁଛନ୍ତି I

ବାସ ୟା ପରଠୁ ସୁଦର୍ଶନ ପଡିଶା ଘରୁ କାମ କରିବା ଛାଡି ଦେଇଥିଲେ ଏବଂ ଏକ ଛୋଟ ଦୋକାନ ନିଜେ କରିଥିଲେ ଘରର ଚଳିବା ପାଇଁ ଏବଂ ଫାଙ୍କା ସମୟରେ ବାଲିର ଚିତ୍ର ତିଆରି କରୁଥିଲେ Iଧୀରେ ଧୀରେ ତାଙ୍କୁ ସମସ୍ତେ ଜାଣିବାକୁ ଲାଗିଲେ I ହଠାତ ଦିନେ ତାଙ୍କୁ ଲଣ୍ଡନ ରୁ ଏକ ଡାକରା ଆସିଲା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ I କିନ୍ତୁ ତାଙ୍କୁ ଭିଜା ମିଳିନଥିଲା ,ପରେ ଆଉଥରେ ଆବେଦନ କରିବା ପରେ ତାଙ୍କୁ ଭିଜା ମିଳିଥିଲା ଏବଂ ସେ ଏଆରପୋର୍ଟ କୁ ଯିବା ସମୟରେ ତାଙ୍କ ର ସମସ୍ତ କାଗଜପତ୍ର କେହିଜଣେ ଚୋରି କରିନେଇଥିଲା I

ଦୁଃଖରେ ଅତ୍ୟନ୍ତ ଭାଙ୍ଗିପଡିଥିଲେ ସେ ଏବଂ କିଛିଦିନ ପରେ ପୁନର୍ବାର ଆବେଦନ ପରେ ତାଙ୍କୁ ନୂଆ ଭିଜା ମିଳିଯାଇଥିଲା ଏବଂ ସେ ଲଣ୍ଡନ ଯାତ୍ରା କରିଥିଲେ I

ସେହିଠାରୁ ଆରମ୍ବହେଇଥିଲା ତାଙ୍କ ସଫଳତା ର ଯାତ୍ରା I ଆଜି ସେ ଭାରତ ପାଇଁ ଏକ ଗର୍ବ ଏବଂ ଗୌରବ ,ଯେଉଁଥିପାଇଁ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡ ରେ ସନମାନୀତ କରାଯାଇଛି ଭାରତ ସରକାର ଙ୍କ ପକ୍ଷରୁ I

Leave a Reply

Your email address will not be published. Required fields are marked *