ଓଡ଼ିଆ ସିନେମା ରୁ କାହିଁକି ଦୂରେଇଯାଇଥିଲେ ଓଲିୟୁଡ଼ କୁଇନ୍ ରଚନା ବାନାର୍ଜୀ ??

ଦିନ ଥିଲା ସେ ଥିଲେ ଓଡ଼ିଆ ଫିଲ୍ମ ଜଗତର ଅପ୍ରତିଦ୍ଵନ୍ଦୀ ନାୟିକା I ଯଦିଓ ସେ ଓଡ଼ିଆ ନଥିଲେ ତଥାପି ସବୁ ଓଡ଼ିଆ ଲୋକଙ୍କର ମନ ଛୁଇଁ ଯାଇଥିଲେ ତାଙ୍କ ଚମତ୍କାର ଅଭିନୟ ରେ I ଆଜି ବି ଓଡିଶା ବାସି ତାଙ୍କ ଅଭିନୟ କୁ ଭୁଲିପାରିନାହାନ୍ତି ଯଦିଓ ପାଖାପାଖି 13 ବର୍ଷ ହେବ ସେ ଓଡ଼ିଆ ଫିଲ୍ମ ଦୁନିଆରୁ ଦୁରେଇ ଗଲେଣି Iତେବେ ଆଜି ବି ଲୋକେ ତାଙ୍କୁ ଖୋଜନ୍ତି ,କାହିଁକି ସେ ଓଡ଼ିଆ ସିନେମା ରୁ ଦୂରେଇଗଲେ ତାର କାରଣ ବି ଜାଣିବାକୁ ଚାଁହାନ୍ତି Iତେବେ ଆଜି ଚାଲନ୍ତୁ ଜାଣିବା ରଚନା ଙ୍କ ବିଷୟରେ କିଛି କଥା :1993 ରେ ବଙ୍ଗଳା ସିନେ ଦୁନିଆରେ ଅଭିନୟ ଆରମ୍ଭ କରିଥିଲେ ଏହି କଲିକତା କୁଇନ୍ , 1994ରେ ଓଡିଶା ଫିଲ୍ମ ଜଗତରେ ଏଣ୍ଟ୍ରି କରିଥିଲେ ରଚନା I ରାଜୁ ମିଶ୍ର ଙ୍କ ନିର୍ଦେଶିତ ସାଗର ଗଙ୍ଗା ତାଙ୍କୁ ଆଣିଦେଇଥିଲା ସୁଖ୍ୟାତି Iପ୍ରଥମ ଫିଲ୍ମରେ ନିଜର ବରିଷ୍ଠ ଅଭିନୟ ର ଯାଦୁରେ ଓଡିଶା ବାସୀଙ୍କ ମନ ଚୋରେଇନେଇଥିଲେ ଏହି ବେଙ୍ଗଲୀ ନାୟିକା I

ସିର୍ଦ୍ଧାନ୍ତ ମହାପାତ୍ର ଙ୍କ ସହିତ ରଚନା ଯୋଡି କୁ ଦର୍ଶକ ଦେଇସାରିଥିଲେ ସ୍ୱୀକୃତି I ରିଲ ଯୋଡି ରୁ ଦୁହେଁ ହେଇସାରିଥିଲେ ରିଅଲ ଯୋଡି Iଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ I ତେବେ 2004 ରେ କଟକ ର ଏକ ଫାମିଲି କୋର୍ଟ ରେ ଦୁହେଁ ଦୁହିଁଙ୍କ ଠାରୁ ଡିଭର୍ସ ନେଇ ଦୁରେଇ ଯାଇଥିଲେ ( wikipedia ଡାଟା ଅନୁଯାଇ ) I

ବୋଧହୁଏ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଏତେ ଲୋକପ୍ରିୟ ହେବାରେ ରଚନା ପ୍ରଥମ ଅଭିନେତ୍ରୀ I 10 ବର୍ଷ ମଧ୍ୟରେ ପାଖାପାଖି 32 ଟି ସିନେମାରେ ତାଙ୍କ ଦମଦାର ବରିଷ୍ଠ ଅଭିନୟ ର ଛାପ ଛାଡ଼ିଯାଇଛନ୍ତି ରଚନା I ଦୁହିଁଙ୍କ ଡିଭର୍ସ ପରେ 2005 ରେ ରଚନା ଶେଷଥର ପାଇଁ ଅଗ୍ନି ଫିଲ୍ମରେ ଅଭିନୟ କରିଥିଲେ ଏବଂ ନିଜ ରାଜ୍ୟ କୁ ଫେରିଯାଇଥିଲେ , କୌଣସି ଓଡ଼ିଆ ଫିଲ୍ମ କରିନଥିଲେ I 2007 ରେ ପ୍ରବଲ ବାସୁ ଙ୍କୁ ବିବାହ କରିଥିଲେ ଏହି ସୁନ୍ଦରୀ ନାୟିକା ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି I

ୟା ଭିତରେ ପାଖାପାଖି 84 ଟି ଫିଲ୍ମ କରିଥିବା ରଚନା ଅମିତାଭ ବଚନ ଙ୍କ ସହିତ ସୂର୍ଯ୍ୟବଂଶମ ରେ ଦେଖାଇଥିଲେ ତାଙ୍କ ବରିଷ୍ଠ ଛାପ Iକେବଳ ଓଡିଶା କିମ୍ବା ବେଙ୍ଗଲ ନୁହେଁ ସାରା ଭାରତରେ ସେ ଛାଡିଥିଲେ ତାଙ୍କ ବରିଷ୍ଠ ଅଭିନୟର ଛାପ I

ତେବେ ସିନେ ସମୀକ୍ଷକ ମାନେ କୁହନ୍ତି କି ସିର୍ଦ୍ଧାନ୍ତ ଙ୍କ ସହିତ ବିବାହ ବିଚ୍ଛେଦ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରଚନା Iନିଜ ମାଟି କୁ ଫେରିଯାଇଥିଲେ I 2009 ରେ ସିର୍ଦ୍ଧାନ୍ତ ମହାପାତ୍ର ରାଜନୀତିରେ ଠିଆ ହେବାବେଳେ ତାଙ୍କ ଅପୋଜିଟ ଚନ୍ଦ୍ରଶେଖର ଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ ରଚନା Iତେବେ 13 ବର୍ଷ ର ବ୍ୟବଧାନ ରେ ଓଡିଶା କୁ ଭୁଲିପାରିନାହାନ୍ତି ରଚନା I ପ୍ରାୟତ ଯେ କୌଣସି ଜାଗାକୁ ଶୋ କରିବାକୁ ଯାଇଥାନ୍ତି ଓଡିଆ ଲୋକଙ୍କୁ ଖୋଜିଥାନ୍ତି ଏବଂ ଓଡିଶା କୁ ଧନ୍ୟବାଦ ଦେଇଥାନ୍ତି I ନିକଟରେ ଏକ ଲାଇଭ ଶୋ ରେ ଜଣେ ପ୍ରଶଂସଙ୍କ ଙ୍କ ପ୍ରଶ୍ନର ଉତ୍ତର ଦେଇ ରଚନା କହିଛନ୍ତି , ଓଡିଶା ବାସି ତାଙ୍କ ପାଇଁ ଯେଉଁ ଭଲପାଇବା ଦେଇଛନ୍ତି ସେଥିପାଇଁ ସେ ଆଜି ଏ ଜାଗାରେ ପହଂଚିପାରିଛନ୍ତି I

ଓଡିଶା କୁ ସେ ବହୁତ ଭଲ ପାଆନ୍ତି I ରାଜୁ ମିଶ୍ର ଏବଂ ହରପଟ୍ଟନାୟକ ତାଙ୍କୁ ଫିଲ୍ମ ଦୁନିଆର ଅଭିନୟ ଶିଖାଇଛନ୍ତି I ଓଡିଶାକୁ ସେ କେଭେଁବି ଭୁଲିପାରିବେ ନାହିଁ I ଯଦି ଓଡିଶାରୁ ସେମିତି କିଛି ଭଲ ସିନେମାର ଅଫର ଆସେ ତେବେ ସେ ଓଡ଼ିଆ ଦର୍ଶକ ମାନଙ୍କ ପାଇଁ ନିଚୟ ଓଡ଼ିଆ ଫିଲ୍ମ ରେ ଅଭିନୟ କରିବେ Iତେବେ ଆଜିବି ସେ ବେଙ୍ଗଲ ର ସିନେମା ଦୁନିଆରେ ଏକ ଚର୍ଚିତ ଅପ୍ରତିଦ୍ବନ୍ଦି ନାୟିକା I

Leave a Reply

Your email address will not be published. Required fields are marked *