ବିଗତ 5 ବର୍ଷ ଭିତରେ ମୃତ୍ୟୁବରଣ କରିଥିବା କିଛି ଓଡ଼ିଆ ଲୋକପ୍ରିୟ ଅଭିନେତା,ଯେଉଁମାନଙ୍କ ମୃତ୍ୟୁ ରେ ସାରା ଓଡିଶା ସ୍ତବ୍ଧ ହେଇଯାଇଥିଲା I

ଓଡ଼ିଆ ସିନେ ଜଗତର ଏମିତି କିଛି ଅଭିନେତା ଅକାଳରେ ଚାଲିଯାଇଥିଲେ ଯେଉଁମାନଙ୍କ ମୃତ୍ୟୁ ରେ ସାରା ଓଡିଶା ସ୍ତବ୍ଧ ହେଇଯାଇଥିଲା I ଦେବୁ ବୋଷ :23 ଅଗଷ୍ଟ2018 ରେ ଓଡ଼ିଶାର ସୁନାମ ଧନ୍ୟ କଳାକାର ତଥା ସିନେଜଗତ ର ପିତାମହ ଭୀଷ୍ମ ଦେବୁ ଦା ଚାଲିଯାଇଥିଲେ ଆରପାରିକି I ତାଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ସିନେ ଜଗତର ପିତାମହ ଭୀଷ୍ମ ସଜେଇଦେଇଥିଲା

Iଅନିତା ଦାସ :1 ଅକଟୋବର 1951 ରେ ଜନ୍ମ ନେଇଥିବା ଅନିତା 11 ମେଁ 2018 ରେ 66 ବର୍ଷ ବୟସ ରେ ମୃତ୍ୟୁ ବରଣ କରିଥିଲେ I ନାୟିକା ରୁ ନିଜ ଅଭିନୟ ଆରମ୍ଭ କରିଥିବା ଅନିତା ଶେଷରେ ମା ସାଜିଥିଲେ ଓଡ଼ିଆ ସିନେମାରେ

ଯଦିଓ ସେ ବିବାହ କରିନଥିଲେ ତଥାପି ସେ ନିଜ ନିଖୁଣ ଅଭିନୟ ପାଇଁ ଓଡ଼ିଆ ସିନେ ଜଗତର ମା ପାଲଟି ଯାଇଥିଲେ I ତାଙ୍କ ମୃତ୍ୟୁ ରେ ଓଡ଼ିଆ ସିନେମା ନିଜ ମା କୁ ହରେଇଲା ବୋଲି ସିନେ ସମିକ୍ଷମ ମାନେ ମତ ଦେଇଥିଲେ Iମୀନକେତନ ଦାସ :

7 ସେପ୍ଟେମ୍ବର 1961 ରେ ଜନ୍ମ ନେଇଥିବା ମୀନକେତନ 30 ଜୁନ 2017 ରେ 56 ବର୍ଷ ରେ ସବୁଦିନ ପାଇଁ ପାଇଁ ଓଡ଼ିଆ ସିନେ ଜଗତ କୁ ବିଦାୟ ଦେଇ ଚାଲିଯାଇଥିଲେ I ନିଜ ଦମଦାର ଖଳ ଅଭିନୟ ପାଇଁ ସେ ପାଲଟିଥିଲେ ଓଡ଼ିଶା ସିନେମା ଜଗତର ଜଣେ ପ୍ରତିଷ୍ଠିତ ଖଳନାୟକ I ଓଡ଼ିଆ ସିନେମା ଜଗତ ପାଇଁ ତାଙ୍କ ଅବଦାନ ସବୁଦିନ ପାଇଁ ମନେରହିବ I
ସାଧନା ପରିଜା(ରୁନୁ ) :

ଓଡ଼ିଆ ସିନେ ଜଗତରେ ଘରେ ଘରେ ନିଜ ହାସ୍ୟଭିନୟ ପାଇଁ ସେ ପରିଚିତ ଥିଲେ I ହସେଇ ହସେଇ ସମସ୍ତଙ୍କୁ ବେଦମ କରୁଥିବା ରୁନୁ ପରେ ଚଳଚିତ୍ରରେ ଗମ୍ଭୀର ମା ଭାବରେ ଦେଖାଯାଇଥିଲେ କିନ୍ତୁ ହଠାତ 24 ଅକ୍ଟୋବର 2014 ରେ 51 ବର୍ଷ ରେ ଅIରପରିକି ଚାଲିଯାଇଥିଲେ I ପାଖାପାଖି 70ରୁ ଉର୍ଧ ଫିଲ୍ମ ରେ ସେ ତାଙ୍କ ବଳିଷ୍ଠ ଛାପ ଛାଡ଼ିଯାଇଛନ୍ତି I
ଜ୍ୟୋସ୍ନା ଶତପଥୀ (ମାମିନା );

ରୁନୁ ଙ୍କ ବିୟୋଗ ର କିଛିଦିନ ପରେ ଆର ପରିକି ଚାଲିଯାଇଥିଲେ ତାଙ୍କ ପ୍ରତିଦ୍ବନ୍ଦୀ ମାମିନା I ସେତେବେଳେ କମେଡି କହିଲେ ଜୟୀ ଭାଇଙ୍କ ସହିତ ରୁନୁ ନହେଲେ ମାମିନା I ରୁନୁ ମାମିନା ଏକ ପରିଚିତ ନାମ ଥିଲା I ନିଜ କମେଡି ପାଇଁ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଜ୍ୟୋସ୍ନା ଶତପଥୀ ଓରଫ ମାମିନା 48 ବର୍ଷ ବୟସ ରେ 8 ଡିସେମ୍ବର 2014 ରେ ଡାଇବେଟିସ ରେ ଗୁରୁତର ହେଇ ମୃତ୍ୟୁବରଣ କରିଥିଲେ I 1978 ରେ ନିଜ ସିନେମା ଅଭିନୟ ଆରମ୍ଭ କରିଥିବା ମାମିନା ପାଖାପାଖି 70ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ତିଆରି କରିସାରିଥିଲେ I ଅକସ୍ମାତ ତାଙ୍କ ବିୟୋଗ ରେ ସାରା ଓଡିଶା ସିନେ ପ୍ରେମୀ ଙ୍କ ମନରେ ଗଭୀର ଆଘାତ ଲାଗିଥିଲା I ହର ପଟନାୟକ ;

ର :ବାସ ଏତିକି ହିଁ ଯଥେଷ୍ଟ ତାଙ୍କ ବିଷୟରେ କହିବା I ଓଡ଼ିଶାର ପିଲାଠୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ ଥିଲେ ତାଙ୍କ ପ୍ରସଂଶକ I ମା ରାଣ ,ନାଇଁ ନାଇଁ ନାଇଁମ ,ଗଣିଆ ପୁଅ ମାନିଆ ,ଗଙ୍ଗା କୂଳକୁ ଆସି ପାପ ନଧଇ ଚାଲିଯିବୁ ଆଜି ବି ଲୋକଙ୍କ ମୁଁହରେ ତାଙ୍କ ଏ ଡାଇଲଗ ଶୁଣିବାକୁ ମିଳେ I 12 ଅକଟୋବର 1958 ରେ ଜନ୍ମ ନେଇଥିବା ହର ପଟନାୟକ 56 ବର୍ଷ ବୟସ ରେ 13 ଜାନୁଆରି 2015 ରେ କ୍ୟାନ୍ସର ରେ ଦେହ ତ୍ୟାଗ କରିଥିଲେ I 60 ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରିଥିବା ହର ଓଡ଼ିଆ ସିନେ ଜଗତ ରେ ତିଆରି କରିଥିଲେ ଏକ ବିପ୍ଳବ I ବହୁ ପ୍ରତିଭା ଙ୍କୁ ସେ ନିଜ ହାତରେ ତିଆରି କରିଛନ୍ତି I ପାଖାପାଖି 20 ରୁ ଉର୍ଧ ଚଳଚିତ୍ର ନିର୍ମାଣ କରିଥିଲେ ସେ I
ରଣଜିତ ପଟନାୟକ (ରାଜା) :

ଓଡ଼ିଆ ଟେଲି ଜଗତର ଜଣେ ପରିଚିତ କଳାକାର ରାଜା 2016ରେ ଏକ ବ୍ରିଜ ରୁ ଡେଇଁ ଅତ୍ମହତ୍ୟI କରିଥିଲେ ଯେଉଁଥିପାଇଁ କଳାକାର ଜେସି ଙ୍କୁ ଦାୟୀ କରାଯାଇଥିଲା Iଶୁଭାକାଂତ ସାହୁ (ପପୁ ):

ସେହିପରି ଓଡ଼ିଆ ଆଲବମ ର ପରିଚିତ ଶୁଭାକାଂତ ସାହୁ ଓରଫ ପପୁ27 ବର୍ଷ ବୟସ ରେ 22 ମାର୍ଚ୍ଚ 2008 ରେ ନିଜ କୋଠରୀ ରୁ ଫ୍ୟାନ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା I

Leave a Reply

Your email address will not be published. Required fields are marked *