ସ୍କୁଲ ରେ ଛାତ୍ରୀଙ୍କୁ ଜୋରଜବରଦସ୍ତ ପାଞ୍ଚ ଛାତ୍ର ଦେଲେ ଚୁମ୍ବନ ,ଆଉ ତାପରେ …..

ଦିନକୁ ଦିନ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି I ତେବେ ମହିଳା ମାନଙ୍କ ଅପେକ୍ଷା ନାବାଳିକା ମାନେ ବେଶୀ ଶିକାର ହେଉଛନ୍ତି I ଏମିତିକି ସ୍କୁଲ ପିଲାମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି I ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ରେ I ପ୍ରାପ୍ତ ସୂଚନା ଅନୁଯାଇ ଢେଙ୍କାନାଳ ର ଓଡାପଡା ବ୍ଳକ ର ଏକ ହାଇସ୍କୁଲରେ ଘଟିଛି ଏପରି ଏକ ଘଟଣା I ଦୁଇ ଜଣ ଛାତ୍ରୀ କୁ ସେହି ଶ୍ରେଣୀର ଚାରି ପାଞ୍ଚ ଜଣ ଛାତ୍ର ଜୋର କରି ଚୁମ୍ବନ ଦେଇଥିଲେ ଏବଂ ପାଖରେ ଥିବା ଅନ୍ୟ କିଛି ଛାତ୍ର ଏହାକୁ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିବା ପରେ ଘଟଣା ଟି ଭାଇରଲ ହେଇଥିଲା I ଘଟଣା ଜଣାପଡିବା ପରେ ସେହି ଗାଁ ର ଏକ ବୈଠକ ଡକାଯାଇ ଉଦ୍ଧତ ଛାତ୍ର ମାନଙ୍କୁ ଡକାଯାଇଥିଲା ଏବଂ ଛାତ୍ରୀ ଜଣଙ୍କ ପାଞ୍ଚ ଜଣଙ୍କୁ ଜଣ ଜଣ କରି ଚପଲ ରେ ସେକି ଦେଇଥିଲେ I

ଏହି ଘଟଣା ଟି ମଧ୍ୟ କେହି ଜଣେ ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରଲ ହେଇଥିବାର ଦେଖାଯାଇଛି I ଉଭୟ ଛାତ୍ର ଏବଂ ଛାତ୍ରୀ ନାବାଳିକା ନାବାଳକ ହେଇଥିବାରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନେଇ ଗାଁ ବୈଠକ ଦ୍ୱାରା ଘଟଣା ଆପୋଷ ସମାଧାନ କରାଯାଇ ଅଭିଯୁକ୍ତ ଛାତ୍ର ମାନଙ୍କୁ ଦଣ୍ଡ ଦିଆଯାଇଛି I ତେବେ ସ୍କୁଲ ରେ ଛାତ୍ର ମାନେ ପାଠ ପଢିବା ବଦଳରେ ଏହି ସବୁ କାମ କରୁଛନ୍ତି ତାହା ଚର୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *