କାହିଁକି ଶବ କୁ ମଶାଣି ନେବା ବେଳେ ରାମ ନାମ ସତ୍ୟ ହେ କୁହାଯାଇଥାଏ ??

କୌଣସି ମୃତ୍ୟୁ ବରଣ କରିଥିବା ଲୋକ କୁ ଯେତେବେଳେ ମଶାଣି ନିଆଯାଇଥାଏ ଶବ ଦାହ କରିବାକୁ ସେତେବେଳେ ନିଜ ପରିଜନ ଲୋକ ମାନେ ଖଇ କଉଡ଼ି ଟଙ୍କା ଫୋପାଡ଼ି ରାମ ନାମ ସତ୍ୟ ହୈ ,ହରି ନାମ ସତ୍ୟ ହୈ କହିଥାନ୍ତି I ସାଧାରଣତଃ ଆମ ମନରେ ପ୍ରଶ୍ନ ଉଠିଥାଏ କି ରାମ ନାମ ସତ୍ୟ ହୈ କାହିଁକି କୁହାଯାଇଥାଏ । ତେବେ ମହାଭାରତ ରେ ଧର୍ମରାଜ ଯୁଧିଷ୍ଠିର ଏହାର କାରଣ କହିଥିଲେ Iମିଛ ଦୁନିଆରେ ଗୋଟିଏ ସତ ,ସେ ହେଉଛି ନିଜ କର୍ମ ସେହି କର୍ମ ବଳରେ ଭଗବାନ ଙ୍କୁ ପାଇପାରିବ I ମିଛ ମୋହ ମାୟା ସଂସାର ରେ କିଛି ନିଜର ନୁହେଁ ,ଏକା ଆସିଛ ଏବଂ ଏକା ହିଁ ଯିବାକୁ ପଡିବ I କେଉଁ ଆତ୍ମୀୟ ମାନେ ସଙ୍ଗରେ ଚାଲିଯିବେନି

I ତେଣୁ ଏ ମୋହ ମାୟା ସଂସାର ରେ ଯାହା ସତ୍ୟ ଅର୍ଥାତ ଭଗବାନ ତାଙ୍କୁ ଟିକେ ମନେପକା I ସଂସାର କୁ ଆସିଛ ଯେହେତୁ ଭଲ କାମ କର,ମିଛ ସମ୍ପତି ମିଛ ସମ୍ପର୍କ I ସେଇଥିପାଇଁ ତ ମୃତ୍ୟୁ ଯାତ୍ରା ବେଳେ ସଂସାର ର ସବୁଠୁ ଦାମୀ କଉଡ଼ି ଏବଂ ପଇସା କୁ ବି ଫୋପଡ଼ା ଯାଇଥାଏ I ବିଶ୍ୱାସ ରହିଛି କି ‘ରାମ ନାମ ସତ୍ୟ ହୈ’ କହିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଥାଏ I ସେ ସ୍ୱର୍ଗ ଧାମ ପ୍ରାପ୍ତି ହେଇଥାଏ I

ଯଦିଓ କିଛି ପରିମାଣରେ ଏହା ସତ୍ୟ ତେବେ ଏହା ସେହି ସମ୍ପର୍କୀୟମାନଙ୍କ ପାଇଁ ଯେଉଁମାନେ ଶବ ଯାତ୍ରା ରେ ଯାଇଥାନ୍ତି I ସେମାନଙ୍କୁ ସଂସାର ର ଅପ୍ରିୟ ସତ୍ୟ ଜଣାଇଦେବାକୁ ଏହା ପୂର୍ବ ପୁରୁଷ ମାନଙ୍କର ଏକ ମହତ କାର୍ଯ୍ୟ I ଅର୍ଥାତ ବେଳ ଥାଉ ଥାଉ ହେ ମଣିଷ ମାନେ ତମେ ସଜାଗ ହେଇଯାଅ I ମିଛ ମରୀଚିକା ସମ୍ପତି ଲୋଭରେ ପଡ ନାହିଁ I ମିଛ ଦୁନିଆରେ ସତ ସେହି ଜଗନ୍ନାଥ ପ୍ରଭୁ ରାମ ଙ୍କୁ ସୁମରଣା କର ,ଭଲ କାମ କର ସେହି ହିଁ ତୁମକୁ ମୁକ୍ତି ଦେବେ I କେବଳ ତୁମର ଭଲ କର୍ମ ହିଁ ତୁମକୁ ମୋକ୍ଷ ପ୍ରାପ୍ତ କରିବ I

Leave a Reply

Your email address will not be published. Required fields are marked *