ଗୋଡ ଘଷିଦେବାକୁ କହି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ,ଶିକ୍ଷକ ଗିରଫ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମେଇଶ୍ରୀ ଗୁରବେ ନମଃ I ଶିକ୍ଷକ ଙ୍କୁ ସାକ୍ଷାତ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ସହିତ ତୁଳନା କରାଯାଏ କିନ୍ତୁ ଶିକ୍ଷକ ଙ୍କ ନାମରେ କଳଙ୍କ ସାଜିଛନ୍ତି ସଂଜୀବ ପଣ୍ଡା I ତାଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ I ୫ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ନିଜ କୋଠରୀ କୁ ଡାକି ଅସଦାଚରଣ ଚରଣ କରିଥିଲେ I ଘଟଣାଟି କଳାହାଣ୍ଡି ଜିଲ୍ଲା ମଥୁରା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟର I ପ୍ରାପ୍ତ ସୂଚନା ଅନୁଯାଇ ସେହି ସ୍କୁଲ ର ସଂଜୀବ ପଣ୍ଡା ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି I ଘଟଣା ଦିନ ୫ମ ଶ୍ରେଣୀ ର ଜଣେ ଛାତ୍ରୀଙ୍କୁ ଶ୍ରୀଯୁକ୍ତ ପଣ୍ଡା ନିଜ କୋଠରୀ କୁ ଡାକିଥିଲେ ଏବଂ ନିଜ ଗୋଡ ଘଷିଦେବା ପାଇଁ କହିଥିଲେ I ଛାତ୍ରୀ ଜଣଙ୍କ ଗୋଡ଼ ଘଷିବା ବେଳେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଇ ଖରାପ କାମ କରିବାକୁ ବାଧ୍ୟ କରିଥିଲେ I

ଛାତ୍ରୀ ଜଣଙ୍କ ଭୟରେ ଦୌଡ଼ି ପଳାଇଥିଲେ ଏବଂ ବିଦ୍ୟାଳୟ ଯିବାକୁ ଡ଼ରିଥିଲେ I ଏନେଇ ଛାତ୍ରୀର ପିତାମାତା ପଚାରିବାକୁ ସେ ଶିକ୍ଷକ ଙ୍କ ଖରାପ କଥା କହିଥିଲେ ଏବଂ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକ ଙ୍କ ଡାକ୍ତରୀ ମଇନା କରାଯାଇ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *