ମୁଁ ତିତିଲି ଠୁ ଭୟଙ୍କର :ଏସପି ଓ ଡିଜି ଙ୍କୁ ଆଇଆଇସି ଙ୍କର ଖୋଲା ଚାଲେଞ୍ଜ , ମୋର କିଛି ଉଖାଡି ପାରିବେନି

ଲୋକଙ୍କ ସୁରକ୍ଷା ଏବଂ ଆଇନ ର ରକ୍ଷା ହେଉଛି ପୋଲିସ ର ପ୍ରଥମ କର୍ତବ୍ୟ I ତେବେ ଅଧିକାଂଶ ସ୍ଥାନରେ ପୋଲିସ ନିଜର ପାୱାର ଦେଖାଇ ନିରୀହ ଜନସାଧାରଣ ଙ୍କୁ ହଇରାଣ ତଥା ମାଡ ମାରିବା ଏକ ଅଭ୍ୟାସ ରେ ପରିଣତ ହେଇଗଲାଣି I ସେ ନୟାପଲ୍ଲୀ ର ଦୁଇ ଝିଅଙ୍କୁ ଘୋଷାଡ଼ି ବାଡେଇବା ହେଉ କିମ୍ବା ନିମାପଡ଼ାରେ ବୃଦ୍ଧା ମହିଳା ଏବଂ ବୋହୁଙ୍କୁ ଲାଠି ରେ ବାଡେଇବା ହେଉ I ଏସବୁ ପରେ ପୋଲିସ ଉପରୁ ଲୋକଙ୍କ ଭରଷା ତୁଟିବାରେ ଲାଗିଥିବା ବେଳେ ପୁଣି ସାମ୍ନାକୁ ଆସିଛି ପୋଲିସ ର ଏକ ଘଟଣା I ଘଟଣାଟି ତିଗିରିଆ ଅଞ୍ଚଳ I ତିଗିରିଆ ଅନ୍ତର୍ଗତ ଶୁଣ୍ଠିପାଳଗ୍ରାମର କୌଣସି ଏକ ଜମିଜମା ଘଟଣା କୁ ନେଇ ଜୈନିକ ମହିଳା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଘଟଣାର ଦୁଇମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା ଜଣଙ୍କ ଉପରିସ୍ତ ଅଧିକାରୀଙ୍କୁ ଦେଖା ହେଇଥିଲେ ,

ଏବଂ ଥାନାରେ ତାଙ୍କୁ ଅନାବଶ୍ୟକ ଭାବେ ଦୀର୍ଘ ୫/୬ ଘଣ୍ଟା ବସାଇବାକୁ ନେଇ ଅଭିଯୋଗ କରିବା ପରେ ଉଗ୍ର ହେଇଯାଇଥିଲେ ତିଗିରିଆ ଥାନା ଅଧିକାରୀ ଶୁସାନ୍ତ ଶତପଥି। ମହିଳା ଜଣଙ୍କୁ ଧମକ ଦେଇ କହିଥିଲେ ପୋଲିସ ଡ୍ୟାସ ରେ ଲାଗୁଛୁ ,ତତେ କେହି ରକ୍ଷା କରିପାରିବେନି I ଯେ କୌଣସି ଦଫା ଲଗେଇ ଭିତରେ ପୂରେଇଦେବି I ପୁରା ଗାଁ ଲୋକ ମୋ ସମର୍ଥନ ରେ ଅଛନ୍ତି ,ତୁ ଏକୁଟିଆ କଣ କରିପାରିବୁ ? ମୁଁ ତିତିଲି ମହାବାତ୍ୟା ଠାରୁ ଭୟଙ୍କର ,ଏସପି ଓ ଡିଜି ପାଖରେ ଅଭିଯୋଗ କଲେ ସେମାନେ କଣ କରିପକେଇବେ ମୋର ?

ପୂର୍ବରୁ ମଧ୍ୟ ମୋ ସାଙ୍ଗରେ ଲାଗି ମିଡିଆରେ ହାଇ ଲାଇଟ କରିଥିଲେ କୋଉ ମିଡ଼ିଆ ମୋର ଛୋ* ପକେଇଲା ?? ଥାନାଧିକାରୀ ଙ୍କ ଏହି ବାର୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ତେବେ ଏହା ନୂଆ ଘଟଣା ନୁହେଁ ,ଶ୍ରୀ ଶତପଥୀ ଙ୍କ ପୁରୁଣା ରେକର୍ଡ ଯଦି ଦେଖାଯାଏ ତାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଛି ଏବଂ ସେ ଦଣ୍ଡିତ ମଧ୍ୟ ହେଇଛନ୍ତି ଆଇନ କୁ ହାତକୁ ନେଇ ତାଙ୍କର ମାତ୍ରାଧିକ କାର୍ଯ୍ୟକଳାପ ପାଇଁ I ସେ ଯେଉଁ ଥାନାକୁ ଯାଇଛନ୍ତି ସେଠି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି I ସେ ନାଉଗାଁ ଥାନIରେ ଯେତେବେଳେ ଥିଲେ ଆଇନ ର ଅପବ୍ୟବହାର କରି ବିଦୁଭୁଷଣଙ୍କୁ ବେଆଇନ ଭାବରେ ଥାନା କୁ ଆଣି ନିସ୍ତୁକ ମାଡ ମାରିଥିଲେ I ଏନେଇ ବିଦୁଭୁଷଣ ମାନବାଧିକାର ସୁରକ୍ଷା ସେଲର ଦ୍ୱାରସ୍ତ ହେବା ପରେ ଥାନା ବାବୁ ଶୁସାନ୍ତ ଙ୍କୁ ୯୦ହଜାର ଟଙ୍କା ଜୋରିମାନା କରାଯାଇଥିଲା

ଏହା ପରେ ନୂଆଗାଁ ରୁ ବିଦା ହେଇ ୨୦୧୩ରେ ତିଗିରିଆ ଥାନାରେ ଯୋଗ ଦେଇଥିଲେ ।ଯୋଗ ଦେଉ ଦେଉ ପୁଣି ଆରମ୍ଭ ହେଇଯାଇଥିଲା ତାଙ୍କ କାରନାମା , ନୂଆପାଟଣାରେ ଜଣେ ମାନସିକ ବିକାରଗସ୍ତ ନାବାଳିକା କୁ ବଳାତ୍କାର କରାଯାଇଥିଲା ଯେଉଁଥିରେ କି ଅଭିଯୁକ୍ତ କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେବା ଭଳି ସଂଗୀନ ଅଭିଯୋଗ ଆସିଥିଲା ଶ୍ରୀ ଶତପଥୀ ଙ୍କ ନାମରେ I ଘଟଣା କୁ ଗାଁ ଲୋକେ ଉତ୍ୟକ୍ତ ହେଇ ଥାନା ଘେରାଓ ପରେ ଶ୍ରୀ ଶତପଥୀ ତିଗିରିଆରୁ ବିଦା ହେଇଥିଲେ I ଏବେ ପୁଣି ଆଉଥରେ ବର୍ଷକ ତଳେ ତିଗିରିଆ ଆସିଥିଲେ ଶ୍ରୀ ଶତପଥୀ ଟ୍ରାନ୍ସଫର ହେଇ

I ଆସୁ ଆସୁ ମହିଳାଙ୍କୁ ଅସଦାଚରଣ ଓ ଜନୈକ ସାମ୍ବାଦିକଙ୍କୁ ହତ୍ୟା ଧମକ ରେ ପୁଣି ତାତିଥିଲେ ଗାଁ ଲୋକ ଏବଂ ପୋଲିଷ ମହାନିର୍ଦ୍ଦେଶକ ଆର.ପି.ଶର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କିଛି ସୂଫଳ ମିଳିପାରିନାହିଁ Iଏବେ ପୁଣି ଆଉ ଜଣେ ନିରୀହ ମହିଳାଙ୍କୁ ଧମକ ଚମକ I ତେବେ କଣ ଭାବିନେବାକୁ ହେବ ଯେ ସତକୁ ସତ ଥାନା ଅଧିକାରୀ ଙ୍କ ର ଏସପି ଡିଜି କେହି କିଛି କରିପାରିବେନି ? ଶ୍ରୀ ଶତପଥୀ କାହା ଶକ୍ତିରେ ଏତେ ବଳୀୟାନ ହେଇ ସିଧାସଳଖ ଏସପି ଏବଂ ଡିଜି ଙ୍କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ??
ତିଗିରିଆ ରୁ ଓଡିଶା ଅପଡେଟ ଏବଂ ଓଡିଶା Exclusive ରୁ ରିପୋର୍ଟର ବାବୁଲ ଙ୍କ ସହିତ ଲକି

Leave a Reply

Your email address will not be published. Required fields are marked *