ମହଙ୍ଗା ପଡିଲା ଅବହେଳା ,ହାତୀ ମୃତ୍ୟୁ ପାଇଁ ସେସୁ ଉପରେ ଏକ କୋଟି ର ଜୋରିମାନା

ବିଦ୍ୟୁତ ବିଭାଗ ର ଖାମଖିଆଲି ତଥା ଅବହେଳା ପାଇଁ ବାରମ୍ବାର ମଣିଷ ମରୁଥିବା ବେଳେ ଢେଙ୍କାନାଳ କମଳାଙ୍ଗ ନିକଟରେ ତଳେ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିବା କାରଣ ରୁ 7ଟି ହାତୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁବରଣ ହେଇଚି I ଏହାକୁ ନେଇ ଓଡିଶା ସାରା ଚର୍ଚା ହେଉଥିବା ବେଳେ ନାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ପାଖରେ ପହଁଚିଥିଲା ଘଟଣା I

ହାତୀ ମୃତ୍ୟୁ ମାମଲାରେ ନାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ନିଜ ଆଡୁ ସେସୁ ନାମରେ ଏକ କେଶ ଦାୟର କରିଛି ଏବଂ ଏକ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି I ସୂଚନା ଥାଉ କି ଏହି ଘଟଣା ରେ ସେସୁ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ 6 ଜଣ ନିଲମ୍ବିତ ଏବଂ ଜଣଙ୍କୁ ବହିସ୍କୃତ କରାଯାଇଛି ଏବଂ ମାମଲା କୁ ଭିଜିଲାନ୍ସ କୁ ହସ୍ତାନ୍ତର କରାଯାଇଛି I

Leave a Reply

Your email address will not be published. Required fields are marked *