ଯୌତୁକ ପାଇଁ ଜୀବନରୁ ମାରିଦେଲେ ବୋହୂକୁ ,ମା କୁ ଖୋଜୁଛି କୁନି ଝିଅ

ଯୌତୁକ ଲୋଭରେ ନୂଆ ବୋହୂକୁ ମାରିଦେଇଛନ୍ତି ସୈତାନ ରୁପି ଶଶୁରଘର I ଏମିତି ଏକ ଅଭିଯୋଗ ଆସିଛି
ଯାଜପୁର ଜିଲ୍ଲା ମଙ୍ଗଳପୁର ର ଠାକୁର ପାଟଣା ଗାଁରେ I ପ୍ରାପ୍ତ ସୂଚନା ଅନୁଯାଇ 3ବର୍ଷ ତଳେ ବ୍ରାହ୍ମଣୀ ଗାଁ ର ଦୀପକଙ୍କ ସହିତ ,ମଧୁସ୍ମିତାଙ୍କ ବିବାହ ବୈଦିକ ମତେ ହେଇଥିଲା I ଝିଅ ଘର ପକ୍ଷରୁ ଯଥା ସମ୍ଭବ ଜାନି ଯୌତୁକ ଦିଆଯାଇଥିଲା

କିନ୍ତୁ ଶଶୁର ଘର ପକ୍ଷରୁ ଅଧିକ ଯୌତୁକ ଦାବି କରି ମଧୁସ୍ମିତା କୁ ବାଡା ପିଟା କରୁଥିଲେ I ଏ ମଧ୍ୟରେ ମଧୁସ୍ମିତା ଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମନେଇଛି ,ତେବେ ଝିଅ ଜନ୍ମ ପରେ ଅତ୍ୟାଚାର ବଢ଼ିବାରେ ଲାଗିଲା I ଗତ 28 ତାରିଖରେ ହଠାତ ମଧୁସ୍ମିତା ଙ୍କର ଦେହ ଖରାପ ହେଇଚି କହି ଘର ଲୋକଙ୍କୁ ଖବର ଦେଇଥିଲେ ,ହସ୍ପିଟାଲ ରେ ଭର୍ତି କରାଗଲା ,ସେତେବେଳକୁ ମଧୁସ୍ମିତା ଙ୍କର ମୃତ୍ୟୁ ହେଇସାରିଥିଲା

I ହସ୍ପିଟାଲ ରେ ଶାଶୁଘର ପକ୍ଷରୁ କେହି ନଥିଲେ ,ଏନେଇ ମଧୁସ୍ମିତା ର ବାପ ଘର ଜାଣିବା ପରେ ଝିଅର ଦାଦା ଶାଶୁଘର ନାମରେ ଥାନାରେ ଏତଲା ଦେଇଛନ୍ତି I ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *