ସ୍ୱାମୀ ନଥିବା ବେଳେ ଶାଶୁଘରକୁ ପ୍ରେମିକ କୁ ଡାକି ଗୁପ୍ତାଙ୍ଗ କାଟିଥିବା ପ୍ରେମିକା ଗିରଫ

ଗତକାଲି ଜଣେ ଯୁବକ ଗୁରୁତର ଭାବରେ କେନ୍ଦୁଝର ହସ୍ପିଟାଲ ରେ ଭର୍ତି ହେଇଥିଲେ ଏବଂ ଖବର ନେବାରେ ଜଣାପଡିଥିଲା କି ତାଙ୍କ ପ୍ରେମିକା ଶାଶୁଘର କୁ ଡାକିକି ତାଙ୍କ ଗୁପ୍ତାଙ୍ଗ କାଟିଦେଇଥିଲା I ଏନେଇ ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ପ୍ରେମିକା ଙ୍କୁ ପୋଲିସ ଗିରଫ କରିଛି I

ସୂଚନା ଥାଉ କି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝାରବେଡ଼ା ଗାଁ ର ରାଜେନ୍ଦ୍ର ନାୟକ ଙ୍କର ପ୍ରେମିକା ଙ୍କର ଦୁଇବର୍ଷ ତଳେ ହରିଚନ୍ଦନପୁର ନିକଟରେ ବିବାହ ହେଇସାରିଥିଲା I ତେବେ ବିବାହ ପରେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଥିଲା I ପ୍ରେମିକ ରାଜେନ୍ଦ୍ର ଚେନାଇ ରେ କାମ କରି ଫେରୁଥିବା ବେଳେ ପ୍ରେମିକା ର ସ୍ୱାମୀ ଘରେ ନଥିବାରୁ ତାଙ୍କ ଘରେ ରାତି ରେ ରହିଯାଇଥିଲେ I

ତେବେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ହଠାତ ପ୍ରେମିକା ଜଣଙ୍କ ରାଗିଯାଇ ରାଜେନ୍ଦ୍ର ଙ୍କ ଗୁପ୍ତାଙ୍ଗ କୁ ଏକ ବ୍ଲେଡ ରେ କାଟିଦେଇଥିଲେ I

Leave a Reply

Your email address will not be published. Required fields are marked *