ଆରମ୍ଭ ରୁ ଦର୍ଶକ ଙ୍କ ହୃଦୟ ଛୁଇଁଲା ନିଉଜ ୱାର୍ଲଡ ର ନିଆରା ଶୋ ଦିହକୁ ନେବେନି ,ଫେରିଲେ କୁନା ତ୍ରିପାଠୀ କିନ୍ତୁ …

ଓଟିଭି ର ସବୁଠୁ ନିଆରା କାର୍ଯ୍ୟକ୍ରମ ତଥା ଅଧିକ ରେଟିଂ ପ୍ରାପ୍ତ ନିଉଜ ଫିଉଜ ଶୋ କୁ କୁନା ତ୍ରିପାଠୀ ଛାଡିବା ପରେ ରାଜନୈତିକ ଦୃଷ୍ଟିକୋଣ ରୁ ବହୁ ଆଲୋଚନା ସମାଲୋଚନା ଚାଲିଥିଲେ ମଧ୍ୟ କଳିଙ୍ଗ ସ୍ଟୁଡ଼ିଓ ର ପୁନରୁଦ୍ଧାର ଏବଂ ଚଳଚିତ୍ର ନିଗମ ର ଅଧ୍ୟକ୍ଷ ପରେ ସମୟ ଅଭାବ ରୁ ଏହି ଶୋ କୁ ଛାଡିଥିବା ସଫେଇ ଦେଇଥିଲେ କୁନା ତ୍ରିପାଠୀ I ଯଦିଓ କୁନା ତ୍ରିପାଠୀ ବିଜେଡି ର ଜଣେ ସଦସ୍ୟ ଏବଂ ଓଟିଭି କୁ ବିଜେଡି ସଦସ୍ୟ ଙ୍କୁ ବାରଣ କରାଯାଇଥିଲା ତେଣୁ ଏପରି ଚର୍ଚ୍ଚା ହେବା ସ୍ୱାଭାବିକ I ତେବେ ୟା ମଧ୍ୟରେ ନିଉଜ ୱାର୍ଲଡ ଓଡିଶା ରେ ନିଉଜ ଫିଉଜ ଧରଣର ଏକ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ଯେଉଁଥିରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କୁନା ତ୍ରିପାଠୀ I ଏହା ନଭେମ୍ବର 21 ତାରିଖ ରାତି 9.30 ରେ ପ୍ରସାରଣ ହେଇଥିଲା ଯାହାକି ପ୍ରତ୍ୟକ ବୁଧବାର ଏବଂ ଶୁକ୍ରବାର ରାତି 9.30 ରେ ନିଉଜ ୱାର୍ଲଡ ରେ ପ୍ରସାରଣ କରାଯିବ I ତେବେ ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟ ରେ ଏହି ଶୋ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି କେବଳ ଚ୍ୟାନେଲ ନୁହେଁ ସୋସିଆଲ ମିଡ଼ିଆ ୟୁଟ୍ୟୁବ ରେ ମଧ୍ୟ ଏହା ଅପ୍ଲୋଡ ହେବା ପରେ ଲକ୍ଷାଧିକ ଦର୍ଶକ ଙ୍କ ମନ ଜିଣିପାରିଛି

I ତେବେ କୁନାତ୍ରିପାଠୀ ଙ୍କୁ ନେଇ ନିଜର ଅସନ୍ତୋଷ ପ୍ରତିକ୍ରିୟା ମାଧ୍ୟମରେ ଜାହିର କରିଛନ୍ତି ଦର୍ଶକ I କେହି କେହି କୁନା ତ୍ରିପାଠୀ ଫ୍ୟୁଜ ହେଇଗଲେ ବୋଲି କମେଣ୍ଟସ ରଖିଥିବା ବେଳେ ଆଉ କିଏ ପଚାରିଛନ୍ତି କି ସମୟ ଯଦି ମିଳୁନଥିଲା ଏବେ କିପରି ମିଳିଲା ?

ମୋଟାମୋଟି ଭାବରେ ଯଦି ତର୍ଜମା କରାଯାଏ ତେବେ 80%ରୁ ଉର୍ଧ ମତାମତ କୁନା ତ୍ରିପାଠୀ ଙ୍କ ବିପକ୍ଷରେ ଆସିଛି ଅର୍ଥାତ ଦର୍ଶକ ମଣ୍ଡଳୀ ଙ୍କ ନିକଟରେ ନିଜର ବିଶ୍ୱସନୀୟତା ହରାଇଛନ୍ତି କୁନା ତ୍ରିପାଠୀ ବୋଲି ସମାଲୋଚକ ମାନେ କହୁଛନ୍ତି I ଯଦି ଖରାପ ଲାଗିଥାଏ ତେବେ ଆଜ୍ଞା ଦେହକୁ ନେବେନି I

Leave a Reply

Your email address will not be published. Required fields are marked *