ସ୍ତ୍ରୀ ବୋଲକରା ହେଇଗଲେ ଧୋନି ,ନିଜ ହାତରେ ସାକ୍ଷୀ ଙ୍କୁ ପିନ୍ଧାଇଲେ ସ୍ୟାଣ୍ଡେଲ୍‌

ଭାରତୀୟ କ୍ରିକେଟ ର ମହାନ ଅଧିନାୟକ ଭାବେ ସବୁବେଳ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ମନେରହିବ Iମିଷ୍ଟର କୁଲ୍ ଭାବରେ ଜଣାଶୁଣା ଧୋନି ପ୍ରତିପକ୍ଷ ଙ୍କୁ ଏଘାଇଲା କରୁଥିବା ବେଳେ ଏବେ ନିଜ ସ୍ତ୍ରୀ ଙ୍କ ବୋଲ ରେ ଉଠବସ ହେଉଛନ୍ତି I କୁହାଯାଏ ବିବାହ ପରେ ଅଧିକାଂଶ ସ୍ୱାମୀ ,ସ୍ତ୍ରୀ ବୋଲକରା ହେଇଯାଆନ୍ତି ,ସ୍ତ୍ରୀ ର କଥାରେ ଉଠବସ ହୁଅନ୍ତି ଏଥିରୁ ବି ଏହି ମହାନ ଖେଳାଳି ବାଦ ପଡ଼ିନାହାନ୍ତି I ଏବେ ସେମିତି କିଛି ଘଟଣା ଧୋନିଙ୍କ ସହିତ ଘଟିଛି ଯାହାକି ଏବେ ସାରା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି I

ଘଟଣା ଅନୁଯାଇ ଧୋନି ନିଜ ସ୍ତ୍ରୀ ସାକ୍ଷୀ ଙ୍କୁ ସ୍ୟାଣ୍ଡେଲ୍‌ ପିନ୍ଧାଉଥିବା ବେଳ ର ଫଟ ନିଜେ ସାକ୍ଷୀ ଛାଡିଛନ୍ତି Iତେବେ ଏହାକୁ ନେଇ ଚର୍ଚ୍ଚା ଧରିଛି କି ସବୁ ସ୍ୱାମୀଙ୍କ ପରି ଶେଷରେ ଧୋନି ବି ସାକ୍ଷୀ ଙ୍କ ପ୍ରେମରେ ସ୍ତ୍ରୀ ବୋଲକରା ହେଇଗଲେ I

Leave a Reply

Your email address will not be published. Required fields are marked *