ବିଶ୍ୱ ବିଜେତା ର ମୁକୁଟ ପିନ୍ଧିଲା ବେଲଜିୟମ୍ କିନ୍ତୁ ମନକିଣିନେଲେ ସଚିନ

ବହୁ ଆଡମ୍ବର ରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ୨୦୧୮ ର ଉଦଯାପନ ସରିଯାଇଛି I ସମସ୍ତଙ୍କୁ ପଛରେ ପକାଇ ଫାଇନାଲ ରେ ବିଶ୍ୱ ବିଜେତା ର ମୁକୁଟ ବେଲଜିୟମ୍ ପିନ୍ଧିସାରିଛି I ତେବେ ଆୟୋଜକ ଭାବରେ ସାରା ବିଶ୍ୱରେ ଓଡିଶା ର ପ୍ରସଂଶା ର ଜୟଗାନ ଶୁଭୁଛି I ଉଦଘାଟନ ରେ ଶାହରୁଖ ,ମାଧୁରୀ ,ଏଆର ରେହେମାନ ,ସଲମାନ ଖାଁ ଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଉଦଯାପନୀ ରେ ମଧ୍ୟ କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର ଙ୍କୁ ଦେଖିବାକୁ ମିଳିଥିଲା

I ସଚିନ ଙ୍କ ସମର୍ଥନ ରେ ଲୋକଙ୍କ ଭିଡ ଜମିଥିଲା କଳିଙ୍ଗ ଷ୍ଟାଡିଅମ ରେ I ସଚିନ ମଧ୍ୟ ଷ୍ଟାଡିଅମ ରେ ପହଁଚି ସେଲ୍ଫି ନେଇ ଓଡିଶା ଏବଂ ଭାରତୀୟ ହକି ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏଭଳି ଏକ ଉଞ୍ଚସ୍ତରୀୟ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ I ତେବେ ସଚିନ ପହଁଚିବା ମାତ୍ରେ ସାରା ଷ୍ଟାଡିଅମ ସଚିନ ଙ୍କ ନାରା ରେ ପ୍ରକମ୍ପିତ ହେଇଥିଲା I

Leave a Reply

Your email address will not be published. Required fields are marked *