ଯେ କୌଣସି କଥାରେ ଯଦି ଦାବି ପୂରଣ ନହୁଏ ତେବେ ରାଜଧାନୀ ଭୁବନେଶ୍ୱର ଚାଲ ଘେରାଓ କରିବାକୁ I ଲୋୟର ପିଏମଜି ରେ ମଧ୍ୟ ଆନ୍ଦୋଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି I ତେବେ ଆନ୍ଦୋଳନ କାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରୁ ଏହା ଯେ ଅନ୍ୟ ଲୋକଙ୍କ ଉପରେ ପ୍ରଭାବ ପଡୁଛି ତାହାର ଏକ ଜ୍ୱଳନ୍ତ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ରେ I ଆନ୍ଦୋଳନ ଯୋଗୁଁ ରାସ୍ତା ଜାମ୍ ରେ ଆମ୍ବୁଲାନ୍ସ ଫସିଯିବାରୁ ଏକ ଛୋଟିଆ ଝିଅର ଜୀବନ ଚାଲିଯାଇଛି I
ପ୍ରାପ୍ତ ଖବର ଅନୁଯାଇ ଗତକାଲି ରାଜଧାନୀ ର ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳରେ ଖେଳିବା ସମୟରେ ଚାରି ବର୍ଷର ଛୋଟ ଝିଅଟେ ପାଣି ଟାଙ୍କିରେ ପଡ଼ିଯିବାରୁ ଗୁରୁତର ଅବସ୍ଥା ହେଇଥିଲା I ପରିବାର ଲୋକେ ସଂଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ କୁ ନେବା ବାଟରେ ସ୍ବସ୍ତି ଗ୍ରାଣ୍ଡ ରାସ୍ତା ନିକଟରେ ବିଭିନ୍ନ ସଂଗଠନର ଧାରଣା ଓ ଶୋଭାଯାତ୍ରା ପାଇଁ ରାସ୍ତା ଜାମ୍ ହେଇଥିଲା I
ଫଳରେ ଆମ୍ବୁଲାନ୍ସ ଆଗକୁ କି ପଛକୁ ଯାଇପାରିନଥିଲା I ଏପଟେ ଝିଅଟି ଗୁରୁତରହେବାରୁ ବାପା ମା ଗାଡି ବାହାରକୁ ଆସି ଛାଡିଦେବାକୁ ନେହୁରା ହେଉଥିଲେ କିନ୍ତୁ କେହି ଶୁଣିନଥିଲେ I ଶେଷରେ ଆମ୍ବୁଲାନ୍ସ ଭିତରେ ଝିଅଟିର ଜୀବନ ଚାଲିଯାଇଥିଲା ହସ୍ପିଟାଲ ରେ ନ ପହଂଚିପାରି I