ଜିତିଲେ ବିଜେଡି ଠାରୁ ପ୍ରତିଶୋଧ ,ହାରିଲେ ହେବେ ରାଜ୍ୟପାଳ !! କର୍ଣ୍ଣ ମଲେ ପାଞ୍ଚ ,ଅର୍ଜୁନ ମଲେ ବି ପାଞ୍ଚ ,

ଦିନ ଥିଲା ବିଜେପି ର ସବୁଠୁ ବିରୋଧୀ ଥିଲେ ଦାମ ରାଉତ I କଥା କଥାକେ ଧର୍ମେନ୍ଦ୍ର ଏନାନ ବିଜେପି କୁ କାହୁଥିଲେ ଯେ ସେମାନେ ଗାନ୍ଧୀ ହତ୍ୟାକାରୀ ଏବଂ ଧର୍ମେନ୍ଦ୍ର ଓଡିଶାରୁ ଜିତିକି ଦେଖାଉ I ତେବେ ସବୁବେଳେ ସତ କହୁଥିବା ଦାମ ଙ୍କୁ ଦଳ ଭିତରେ ଥାଇ ଦୁର୍ନୀତି ର ପେଡି ଖୋଲିବା ମହଙ୍ଗା ପଡିଛି I ଚାରା ଦୁର୍ନୀତି ,ଓମଫେଡ ଦୁର୍ନୀତି ର ଗୁମର ଖୋଲିବା ପରେ ବିଜେଡି ରୁ ବିତାଡିତ କରାଯାଇଥିଲା I ପ୍ରତିଶୋଧ ନେବାକୁ ଚେଷ୍ଟା କରି ଆଞ୍ଚଳିକ ଦଳର କଳ୍ପନା କରି ସମ୍ଭବ ନହେବାରୁ ଶେଷରେ ବିଜେପି ରେ ମିଶିଛନ୍ତି I ତେବେ ଆରମ୍ଭରୁ ଦାମ ବିଜେପି ବିରୋଧୀ

I ଦାମ ଙ୍କର ପ୍ରଥମ ପସନ୍ଦ ଥିଲା ଆଞ୍ଚଳିକ ଦଳ ପରେ କଂଗ୍ରେସ I ଦାମ ବି କହିଥିଲେ କୌଣସି ହାଲତ ରେ ବିଜେପି ରେ ମିଶିବେନି I ତେବେ ପ୍ରତିଶୋଧ ପାଇଁ ବିଜେପି ରେ ମିଶିବା ପରେ ଚର୍ଚା ଚାଲିଛି କି ଦାମ ଙ୍କ ଉପର ଲେଭେଲ ରେ ଆଲୋଚନା ରେ ଦିଆଯାଇଛି ଲୋଭନୀୟ ଅଫର I ବିଜେପି ଏକ ରାଷ୍ଟ୍ରୀୟ ଏବଂ ସର୍ବ ବୃହତ ଦଳ ହେଇଥିବାରୁ ଯେଭଳି ବୈଜୟନ୍ତ ଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ପଦବୀ ଦିଆଗଲା ସେହିପରି ଦାମ ଯଦି ଆଗାମୀ ନିର୍ବାଚନ ରେ ହାରି ଯାଆନ୍ତି ତେବେ ବି ଦୁଃଖ ନାହିଁ ,ତାଙ୍କୁ ଯେ କୌଣସି ରାଜ୍ୟର ରାଜ୍ୟପାଳ କରିଦିଆଯିବ I

ଏନେଇ ସୋସିଆଲ ମିଡ଼ିଆ ସହିତ କିଛି ୱେବ ପୋର୍ଟାଲ ରେ ମଧ୍ୟ ପ୍ରକାଶିତ ହେଇଚି I କିନ୍ତୁ ବଳିଷ୍ଠ ନେତା ଦାମୋଦର ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି I

Leave a Reply

Your email address will not be published. Required fields are marked *