ବିଜେଡି ଛାଡିଲେ ଦାମ ଙ୍କ ଝିଅ ,କହିଲେ ଆଗ ମୋ ବାପା ପରେ ରାଜନୀତି I ଦାମ ରାଉତ ମୋ ପରିଚୟ ,ରାଜନୀତି ଦରକାର ନାହିଁ

ବିଜେଡି ଛାଡିବା ପରେ ଦାମ ରାଉତ ଙ୍କ ପୁଅ ଝିଅ ଙ୍କୁ ନେଇ ସବୁ ମହଲରୁ ଚର୍ଚ୍ଚା ହେଉଥିଲା ଯେ ଦାମ ବିଜେଡି ଛାଡିଲେ ତେବେ ପୁଅ ଝିଅ ତାଙ୍କ କଥା ଶୁଣୁନାହାନ୍ତି ଏବେବି ବିଜେଡି ରେ ଅଛନ୍ତି I ଆହୁରି ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ ଦାମ ପୁଅ ଝିଅଙ୍କ ଟିକେଟ ପାଇଁ ଚୁପ ରହିବେ I

ତେବେ ବିଜେପି ରେ
ମିଶିବା ପରେ କଣ ହେବ ପୁଅ ଝିଅଙ୍କ ଭବିଷ୍ୟତ ତାହାକୁ ନେଇ ସମସ୍ତେ ଆଶାବାଦୀ ଥିଲେ I ଶୁଣାଯାଉଥିଲା କି ପ୍ରୀତିଙ୍କୁ ଭୁବନେଶ୍ୱର ପାଇଁ ଟିକେଟ ମିଳିବାର ସମ୍ଭାବନା ଅଛି ବିଜେଡି ରୁ Iକିନ୍ତୁ ଦାମ ଙ୍କ ଝିଅ ପ୍ରୀତିନନ୍ଦା ଏସବୁ ଆଶଙ୍କାକୁ ଦୂର କରି ଆଜି ବିଜେଡି ଛାଡିଛନ୍ତି I ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମ ଙ୍କୁ ପଠାଇ ଦେଇଛନ୍ତି I ସୂଚନା ଥାଉ କି ପ୍ରୀତି ଭୁବନେଶ୍ୱର ର କର୍ପୋରେଟର ଥିଲେ I ଏନେଇ ପ୍ରୀତି କହିଛନ୍ତି ଯେ ସେ ପ୍ରଥମେ ଦାମ ରାଉତ ଙ୍କ ଝିଅ ପରେ ଅନ୍ୟ ପରିଚୟ i ବାପା ଯଦି ଦଳରେ ହେଲେନି ସେ କିପରି ଏପରି ଦଳରେ ରହିବେ ?? ସେଥିପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି I

ଏହା ସହିତ ଆହୁରି କହିଛନ୍ତି ଯେ ସେ ନିର୍ବାଚନ ଲଢିକି ଜିତିଥିଲେ ଏବଂ ଦୀର୍ଘ ପାଞ୍ଚ ବର୍ଷ ଧରି ସେ ଭୁବନେଶ୍ୱର ପାଇଁ ତାଙ୍କ ସକ୍ଷମ ଅନୁଯାଇ କାମ କରିଛନ୍ତି I ଏହାପରେ ଶୁଣାଯାଉଛି କି ପ୍ରୀତି ବିଜେପି ରେ ସାମିଲ ହେଇପାରନ୍ତି I ତେବେ ପୁଅ ସମ୍ବିତ କୌଣସି ପ୍ରତିକ୍ରିୟା ଯଦିଓ ଦେଇନାହାନ୍ତି ତେବେ ଭଉଣୀ ପଦାଙ୍କ ଅନୁସରଣ କରି ବିଜେଡି ଛାଡିପାରନ୍ତି I କାହିଁକିନା ପୂର୍ବରୁ ଦାମ କହିସାରିଥିଲେ ଯେ ସେ ତାଙ୍କ ପୁଅ I ଅଶୋକ ଦାସ ପୁଅ ପରି ନୁହେଁ I

Leave a Reply

Your email address will not be published. Required fields are marked *