ଓଡିଶା ରାଜନୀତି ରେ ନୂଆ ମୁଁହ ,ବିଜୁ ବାବୁ ଙ୍କ ନାତି/ନବୀନ ଙ୍କ ପୁତୁରା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଓଡ଼ିଶାରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେଇଥିବା ନବୀନ ସରକାର ଙ୍କ ଲୋକପ୍ରିୟତା କୁ ମାତ୍ ଦେବା ଭଳି ବିରୋଧୀ ପକ୍ଷରେ ବିକଳ୍ପ ନଥିଲେ I ଫଳରେ ଲଗାତାର ମୁଖ୍ୟମନ୍ତ୍ରୀ ଶିରିପା ପିନ୍ଧି ଆସିଛନ୍ତି ନବୀନ ପଟନାୟକ I ଏଥରକ କିନ୍ତୁ ବିଜେଡି ସୁପ୍ରିମ ଙ୍କ ପାଇଁ ଏତେ ସହଜ ନୁହେଁ ନିର୍ବାଚନ ବିଜୟ I ଦଳରେ ଅସନ୍ତୋଷ ର ବିଦ୍ରୋହ ବଢି ଚାଲିଥିବା ବେଳେ ,ଦାମ ,ବୈଜୟନ୍ତ ଙ୍କ ଭଳି ଅନେକ ପୁରୁଣା ନେତା ଦଳ ଛାଡିଛନ୍ତି ଦୁର୍ନୀତି ଅଭିଯୋଗ କରି I ଗୋଟେପଟେ ବିଜେଡି ର ଗୋଷ୍ଠୀକନ୍ଦଳ ତୀବ୍ର ହେଉଥିବା ବେଳେ ଅନ୍ୟପଟେ ବିରୋଧୀ ସଶକ୍ତ ହେବାରେ ଲାଗିଛି Iପୂର୍ବରୁ ବିଜେପି ରେ କୌଣସି ନେତୃତ୍ୱ ନେବା ଭଳି ନେତା ନଥିବା ବେଳେ ଏବେ ଧର୍ମେନ୍ଦ୍ର , ବୈଜୟନ୍ତ ,ଦାମ ,ସମ୍ବିତ , ଅପରାଜିତା ,କନକ ବର୍ଦ୍ଧନ ଙ୍କ ଭଳି ହେଭିୱେଟ ନେତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି I

ତେଣୁ ଏଥର ଚର୍ଚ୍ଚା ଚାଲିଛି କି ନବୀନ ନୂଆ ପ୍ଲାନ ଖେଳିପାରନ୍ତି I ତାଙ୍କ ପୁତୁରା ତଥା ବିଜୁ ବାବୁଙ୍କ ନାତି ମାନେ ବଡ ପୁଅ ପ୍ରେମ ପଟନାୟକ ଙ୍କ ପୁଅ ଅରୁଣ ପଟନାୟକ ଙ୍କୁ ଓଡିଶା ରାଜନୀତି ରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଧରିଛି

Iଶୁଣାଯାଉଛି କି ଯାଜପୁର ରୁ ନିର୍ବାଚନ ଲଢ଼ିବେ ଅରୁଣ ପଟନାୟକ ,ଅବଶ୍ୟ ଏନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ହେଇନି I ତେବେ ପୂର୍ବରୁ ମଧ୍ୟ ଅରୁଣ ଙ୍କୁ ଚର୍ଚ୍ଚା ହେଇଥିଲା କିଛି ମାସ ତଳେ I ତାଙ୍କୁ ନେଇ ୱାଟସଆପ ରେ ଅରୁଣ ପଟନାୟକ ଫ୍ୟାନ କ୍ଲବ ତିଆରି କରାଯାଇଥିଲା

I ଯାହାକି ସେତେବେଳେ ଚର୍ଚା ହେଇଥିଲା କି ଓଡିଶା ରାଜ୍ୟ ରାଜନୀତି ରେ ପୁଣି ଜଣେ ନୂଆ ମୁଁହ ଭାବେ ବିଜୁ ବାବୁ ଙ୍କ ନାତି ଙ୍କୁ ପ୍ରୋଜେକ୍ଟ କରାଯିବ ବୋଲି I ଏବେ ପୁଣି ଥରେ ଅରୁଣ ନିର୍ବାଚନ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ହେଉଛି I ଏନେଇ ଖୁବ ଶୀଘ୍ର ଜଣାପଡିବ I

Leave a Reply

Your email address will not be published. Required fields are marked *