କର୍ମ ବଡ ନା ଭାଗ୍ୟ I ଜାଣନ୍ତୁ ଗୀତାରେ ଶ୍ରୀକୃଷ୍ଣ କଣ ଦେଇଛନ୍ତି ଉତ୍ତର

କର୍ମ ବଡ ନା ଭାଗ୍ୟ ଏହି ପ୍ରଶ୍ନ କେବେଠୁ ଉଠୁଛି I କିଛି ଲୋକ କର୍ମ ଶ୍ରେଷ୍ଠ ବୋଲି କହୁଛନ୍ତି ଓ କିଛି ଲୋକ ଭାଗ୍ୟ ବଳବାନ କହୁଛନ୍ତି I କର୍ମ ଓ ଭାଗ୍ୟ ଦ୍ୱନ୍ଦର ଠିକ ଉତ୍ତର ଭାଗବତ ଗୀତାରେ ଲେଖାହେଇଛି I ଏହାକୁ ବୁଝିବା ପାଇଁ ପ୍ରଥମେ ଏକ କାହାଣୀ ଶୁଣିବା ଓ ତାପରେ ଏକ ଶ୍ଳୋକ ଶୁଣିବା I ତା ପରେ ଆପଣଙ୍କୁ ଜଣାପଡ଼ିଯିବ କର୍ମ ଓ ଭାଗ୍ୟରେ କିଏ ବଡ Iପ୍ରଥମେ ଜାଣିବା କାହାଣୀ :ଏକ ଜଙ୍ଗଲର ଦୁଇ ପାର୍ଶ୍ୱରେ ଦୁଇ ରାଜାଙ୍କର ଦୁଇ ରାଜ୍ୟ ଥିଲା I ଦୁଇ ରାଜ୍ୟ ମଝିରେ ଏକ ସନ୍ଥ ବାସ କରୁଥିଲେ I ଦୁଇ ରାଜା ସନ୍ଥକୁ ଗୁରୁ ମାନୁଥିଲେ ଓ ତାଙ୍କର ଆଦର କରୁଥିଲେ I ଦୁଇ ରାଜ୍ୟ ମଧ୍ୟରେ ଏକ ନଦୀ ପ୍ରବାହିତ ହେଉଥିଲା ଯାହାକି ଦୁଇ ରାଜ୍ୟର ଏକମାତ୍ର ଜଳସ୍ରୋତ ଥିଲା I

ଯାହାକୁ ନେଇ ଦୁଇ ରାଜାଙ୍କ ମଧ୍ୟରେ ବିବାଦ ହେଉଥିଲା I ଏମିତି ଏକ ଦିନ ଆସିଲାକି ବିବାଦ ଯୁଦ୍ଧରେ ପରିଣତ ହେବାକୁ ଲାଗିଲା I ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦୁଇ ରାଜା ସନ୍ଥଙ୍କ ଆଶୀର୍ବାଦ ନେବାକୁ ଚାହୁଁଛନ୍ତି I

ଜଣେ ଜଣେ କରି ସନ୍ଥଙ୍କ ପାଖରେ ପହଁଚିଲେ I ପ୍ରଥମ ରାଜା ଯେତେବେଳ ସନ୍ଥଙ୍କ ପାଖରେ ପହଁଚିଲା ସନ୍ଥ କହିଲେ ତମ ଭାଗ୍ୟରେ ଜିତିବା ଦେଖାଯାଉନି I ରାଜା ଟିକେ ଚିନ୍ତାରେ ପଡିଗଲେ ଓ ବିଚାର କଲେ ସେନାଙ୍କୁ କହିଲେ ହାରିବାତ ଆମେ ପୁରା ତାକତ ସହିତ ଲଢ଼ିବା ଓ ଆମର ପ୍ରଦର୍ଶନକୁ ଅନ୍ୟ ପାଇଁ ଉଦାହରଣ ବନାଇଦେବା I

ଯେତେବେଳେ ଦୁତୀୟ ରାଜା ସନ୍ଥଙ୍କ ପାଖରେ ପହଁଞ୍ଚିଲେ ସନ୍ଥ କହିଲେ ଏଥର ଭାଗ୍ୟ ତମ ସାଥିରେ ଅଛି Iଆଗକୁ ଈଶ୍ୱରଙ୍କ ଇଛା I ସେ ଯାଇ ସେନାଙ୍କୁ କହିଲାକି ଭାଗ୍ୟ ଆମ ପକ୍ଷରେ ଆମର ବିଜୟ ପକ୍କା I ଯୁଦ୍ଧ ଆରମ୍ଭ ହେବ ପ୍ରଥମ ସେନା ଇଏ ଭାବିକି ଲଢ଼ିଲେ ଭାଗ୍ୟରେ ପଛେ ହାରିବା ଥାଉ କିନ୍ତୁ ଆମେ ପୁରା ତାକତ ସହିତ ଲଢ଼ିବା ଓ ଦୁତୀୟ ଇଏ ଭାବିକି ଲଢ଼ୁଛନ୍ତିକି ଆମ ଭାଗ୍ୟ ସାଥିରେ ଅଛି ତ ଚିନ୍ତା କାହିଁକି କରିବା I

ଦୁତୀୟର ଘୋଡାର ଚକ ବାହାରିଗଲା ସେ ଧ୍ୟାନ ଦେଲେନାହିଁ ତାଙ୍କ ମୁଣ୍ଡରେତ ଘର କରିନେଇଛି ଭାଗ୍ୟ ଆମ ସାଥିରେ ଅଛି ଓ କହିଲେ ଭାଗ୍ୟ ଆମ ସାଥିରେତ ଡରିବା କାହିଁକି I କିଛି ସମୟ ପରେ ଘୋଡା ତଳେ ପଡିଗଲା ଓ ରାଜା ଶତ୍ରୁ ହାତରେ ଲାଗିଗଲେ ଓ ତାଙ୍କର ପରାଜୟ ହୋଇଗଲା ଯୁଦ୍ଧ ସମାପ୍ତ ହେବା ପରେ ସନ୍ଥଭି ଯୁଦ୍ଧ ଭୂମିକୁ ଆସିଲେ I ଦୁଇଜଣ ଯାଙ୍କ ଏକ ସ୍ୱରରେ ପ୍ରଶ୍ନ କଲେ କେମିତି ଭାଗ୍ୟର ଲେଖା ବଦଳିଗଲା I

ସନ୍ଥ ହସିଲେ କହିଲେ ରାଜନ ଭାଗ୍ୟ ବଦଳିନି ଭାଗ୍ୟ ସ୍ଥିର ଅଛି କିନ୍ତୁ ଆପଣମାନେ ବଦଳିଯାଇଛନ୍ତି I ସନ୍ଥ ଜିତିଥିବା ରାଜାଙ୍କ ଆଡକୁ ଇସାରା କରି କହିଲେ ନିଜେ ଭାବନ୍ତୁ ଭାଗ୍ୟରେ ହାରିବା ଜାଣି ମଧ୍ୟ ଆପଣ ଦିନ ରାତି ପରିଶ୍ରମ କଲେ ଓ ଯୁଦ୍ଧରେ ଧ୍ୟାନ ଦେଲେ ଯେଉଁଠିକି ସେନାପତି ବଳରେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ କଲେ I ସେଠି ହାରିଥିବା ରାଜାଙ୍କ ଆଡକୁ ଇସାରା କରି କହିଲେକି ତମେ ଯୁଦ୍ଧ ଆରମ୍ଭରୁ ଜିତିବାର ଉଶ୍ଚବ ବନାଉଥିଲ ଯେଉଁଠି ଆପଣଙ୍କର ଘୋଡାର ଚକକୁ ବି ଧ୍ୟାନ ଦେଲେନି ସେନାଙ୍କ ରଣନୀତିରେ ଧ୍ୟାନ ଦେବାତ ଦୂର କଥା ଶେଷରେ ହେଇଗଲା ଯାହା ଲେଖା ଥିଲା I ଯାହା ଭାଗ୍ୟରେ ଯାହା ଲେଖା ଥିଲା ସେମାନେ ତାଙ୍କ ବ୍ୟକ୍ତିତ୍ୱ ବଦଳାଇଦେଲେ ତ ଏହି ପରିସ୍ଥିତିରେ ଭାଗ୍ୟ କଣ କରିବ I

ଭାଗ୍ୟ ଲୁହ ସହିତ ସମାନ ହୋଇଥାଏ ଯେଉଁଠି କର୍ମର ଚୁମ୍ବକ ଥାଏ ଭାଗ୍ୟ ସେଇଠିକି ଟାଣୀହେଇଯାଏ I ଭାଗ୍ୟ ଅସଲରେ ଆମ କର୍ମରହିଁ ପରିଣାମ I ଭାଗ୍ୟର ଭରସାରେ ବସି କର୍ମକୁ ଦୂରେଇଦେବା ପରାଜୟ ,ଦୁଃଖ ଆଡ଼କୁ ନେଇକିଜାଏ Iଗୀତାରେବି ସନ୍ଦେଶ ଦିଆଯାଇଛି I ଗୀତାର ଦୁତୀୟ ଅଧ୍ୟାୟର 47 ନମ୍ବର ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି କି ତୁମ କର୍ମ ଉପରେ ତୁମର ଅଧିକାର ଅଛି କିନ୍ତୁ କର୍ମର ଫଳ ଉପରେ ତୁମର କୌଣସି ଅଧିକାର ନାହିଁ ଏଥିପାଇଁ ଫଳ ପ୍ରତି ଆସକ୍ତି ନରଖି ତମ କର୍ମ କରିଚାଲ I

Leave a Reply

Your email address will not be published. Required fields are marked *