ହେଲିକପ୍ଟର ରୁ ଓଲ୍ହାଉ ଓଲ୍ହାଉ ପଡିଗଲେ ଦାମ

ବିଜେପି ରେ ସାମିଲ ହେଇସାରିଛନ୍ତି ବିଜେଡି ତୁଣ୍ଡ ତୁଣ୍ଡ ବରିଷ୍ଠ ନେତା ଦାମୋଦର ରାଉତ I କହିଛନ୍ତି ତାଙ୍କର କେବଳ ଗୋଟିଏ ଲକ୍ଷ ଦୁର୍ନୀତିଗ୍ରସ୍ତ ନବୀନ ଙ୍କୁ ଗାଦିଚ୍ୟୁତ କରିବା I 20ବର୍ଷର ପ୍ରତିଦାନ ରେ ବିଜେଡି ତାଙ୍କୁ 2ମିନିଟ ରେ ନିନ୍ଦିତ କରେଇଦେଲା ,ସେଥିପାଇଁ ସେ କଳେବଳେ କୌଶଳେ ନବୀନ ଙ୍କୁ ହରାଇବେ

I ଅପରପକ୍ଷରେ ଦାମ ବିଜେପି ରେ ସାମିଲ ହେବା ପରେ ଗତକାଲି କଟକ ର ୪୨ ମୌଜାର ବିଜେପି ର ଏକ ସମାବେଶ ରେ ଯୋଗ ଦେବାକୁ ଯାଇଥିଲେ Iଦାମ ଙ୍କ କଥା ଶୁଣିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବାରେ ଲାଗିଥିଲା I ତେବେ ସମାବେଶ ରେ ଯୋଗ ଦେବା ପୂର୍ବରୁ ହେଲିକପ୍ଟର ରୁ ଦାମ ଓଲ୍ହାଉଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ .ଏବଂ ଉପସ୍ଥିତ ଥିବା କର୍ମୀ ଦାମ ଙ୍କୁ ଧରି ଉଠାଇଥିଲେ

I ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସେହିପରି ଦାମ ଙ୍କ ପୁଅ ନିର୍ବାଚନ ରେ ଲଢ଼ିବା ନେଇ ପ୍ରଶ୍ନ ରେ ଦାମ କହିଛନ୍ତି ଯେ 40ବର୍ଷର ରାଜନୀତି କୁ ପଛରେ ପକାଇ ବିଜେପି ରେ ମିଶିଛି ନବୀନ ଙ୍କୁ ହଟାଇବାକୁ I ଦରକାର ପଡିଲେ ମୈଦାନ ରେ ପୁଅ ସହିତ ଲଢ଼ିବି ,କିଛି ଅସୁବିଧା ନାହିଁ I

Leave a Reply

Your email address will not be published. Required fields are marked *