ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାଥୀ ତାଲିକା ଘୋଷଣା ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ

ସବୁ ପ୍ରତୀକ୍ଷା ର ଶେଷ I ଘୋଷଣା ହେଲା ବିଜେଡି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାଥୀ ତାଲିକା Iକିଏ କେଉଁଠୁ ଲଢ଼ିବେ ସେ ନେଇ ଘୋଷଣା ସାରିଛି I ନିଜେ ନବୀନ ପଟନାୟକ ଏନେଇ ଘୋଷଣା କରିଛନ୍ତି I ଆସନ୍ତୁ ଜାଣିବା କିଏ କେଉଁଠୁ ଲଢ଼ିବେ ବ୍ରହ୍ମପୁର ଲୋକସଭା ପାଇଁ ଚନ୍ଦ୍ରଶେଖର ସାହୁ, ଆସନରୁ ପ୍ରାର୍ଥୀ କରାଯାଇଛି। ବଲାଙ୍ଗିର ପାଇଁ କଳିକେଶ ନାରାୟଣ ସିଂଦେଓ ,ନବରଙ୍ଗପୁର ଆସନ ପାଇଁ ରମେଶ ମାଝୀ,ବରଗଡ଼ ପାଇଁ ପ୍ରସନ୍ନ ଆଚାର୍ଯ୍ୟ,କୋରାପୁଟ ପାଇଁ ଝିନ ହିକକା ଙ୍କ ପତ୍ନୀ କୌଶଲ୍ୟା ହିକକା,କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂହଦେଓ ,କନ୍ଧମାଳ ପାଇଁ ଅଚ୍ୟୁତ ସାମନ୍ତ ଏବଂ ଆସିକା ପାଇଁ ପ୍ରମିଳା ବିଷୋୟୀ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଧାନସଭା ପାଇଁ ପ୍ରାଥୀ ନା ମଧ୍ୟ ନବୀନ ଘୋଷଣା କରିଛନ୍ତି Iନୂଆପଡ଼ା ପାଇଁ ରାଜେନ୍ଦ୍ର ଢୋଲକିଆ ଙ୍କ ନାମ ଘୋଷଣା ହେଇସାରିଥିବା ବେଳେ ଜୁନାଗଡ଼ ପାଇଁ ମୁଖ୍ୟ ଦାବିଦାର ଥିବା ଦିବ୍ୟଶଙ୍କର ମିଶ୍ର ଙ୍କ ନାମ ଘୋଷଣା ହେଇଚି I

ସେହିପରି ଭବାନୀପାଟଣା ପାଇଁ ଦୁଷ୍ମନ୍ତ ନାଏକ ଏବଂ ନର୍ଲା ପାଇଁ ଭୂପିନ୍ଦର ସିଂହ, ଖରିଆରୁ ଲମ୍ବୋଧର ନିହାଲ ଙ୍କ ନାମ ଘୋଷଣା କରାଯାଇଛି I ଅପରପକ୍ଷେ କୋରାପୁଟ ପାଇଁ ରଘୁରାମ ପଡାଲ,ଗୁଣୁପୁର ବିଧାନସଭା ପାଇଁ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାନସଭା ପାଇଁ ଲାଲବିହାରୀ ହିମିରିକା, ମନୋନୀତ ହେଇଥିବା ବେଳେ ଜୟପୁର ପାଇଁ ରବି ନାରାୟଣ ନନ୍ଦ ,ଲକ୍ଷ୍ମୀପୁର ପାଇଁ ପ୍ରଭୁ ଜାନୀ, ଏବଂ ଉମରକୋଟ ବିଧାନସଭା ରୁ ସୁବାସ ଗଣ୍ଡ, ମନୋନୀତ ହେଇଛନ୍ତି Iକୋଟପାଡ଼ ପାଇଁ ପଦ୍ମିନୀ ଦିଆନ, ମନୋହର ରନ୍ଧାରୀ ଡାବୁଙ୍ଗା ପାଇଁ , ଧର୍ମଗଡ଼ ପାଇଁ ମହୋଷଧୀ ବାଗ,ଚିତ୍ରକୋଣ୍ଡା ବିଧାନସଭାରୁ ପୂର୍ଣ୍ଣଚନ୍ଦ୍ର ବାକା,ଗୋପାଳପୁ ବିଧାନସଭା ପାଇଁ ପ୍ରଦୀପ ପାଣିଗ୍ରାହୀ , ବ୍ରହ୍ମପୁର ପାଇଁ ବିକ୍ରମ ପଣ୍ଡା, ଦିଗପହଣ୍ଡି ବିଧାନସଭା ପାଇଁ ସୂର୍ଯ୍ୟ ନାରାୟଣ ପାତ୍ର, ଛତ୍ରପୁର ବିଧାନସଭା ପାଇଁ ସୁବାସ ବେହେରା, ଚିକିଟିପାଇଁ ଉଷା ଦେବୀ, ଆସିକା ପାଇଁ ମଂଜୁଳା ସ୍ୱାଇଁ,ସାନଖେମୁଣ୍ଡି ବିଧାନସଭା ପାଇଁ ନନ୍ଦିନୀ ଦେବୀ,ପାରଳାଖେମୁଣ୍ଡି ପାଇଁ ରାଜକୁମାରୀ କଲ୍ୟାଣୀ ଗଜପତି, ସୋରଡ଼ା ପାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ଏବଂ ପୂର୍ଣ୍ଣବାସୀ ନାୟକ ମୋହନା ପାଇଁ ପ୍ରାଥୀ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I

Leave a Reply

Your email address will not be published. Required fields are marked *