ସିଦ୍ଧାନ୍ତ ଙ୍କୁ ମିଳିଲାନି ଟିକେଟ,କଂଗ୍ରେସ ରୁ ଆସି ମିଶିଥିବା ଚନ୍ଦ୍ରଶେଖର ପାଇଲେ ଟିକେଟ

ବିଜେଡି ର ସଙ୍କଟ ସମୟରେ ସାମ୍ନାକୁ ଆସି ନିର୍ବାଚନ ଲଢ଼ି ସାଂସଦ ହେଇଥିବା ଓଡ଼ିଆ ସିନେମା ଜଗତର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିପକ୍ଷ କଂଗ୍ରେସ ନେତା ଚନ୍ଦ୍ରଶେଖର ଙ୍କୁ ହରାଇ ବିପୁଳ ପରିମାଣରେ ବିଜୟ ହାସଲ କରିଥିଲେ I ଲଗାତାର ଦୁଇଥର ଜିତିଥିବା ସାଂସଦ ସିଦ୍ଧାନ୍ତ ଙ୍କୁ ଏଥର ଟିକେଟ ଦିଆଯାଇନାହିଁ I କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ଚନ୍ଦ୍ରଶେଖର ଙ୍କୁ ଏଥର ବ୍ରହ୍ମପୁର ପାଇଁ ଟିକେଟ ଦିଆଯାଇଛି ଏବଂ ସିଦ୍ଧାନ୍ତ ଙ୍କୁ ନିରାଶା ହେବାକୁ ପଡିଛି I

ସୂଚନା ଥାଉ କି ଚନ୍ଦ୍ରଶେଖର ବିଜେଡି ରେ ମିଶିବା ପରେ ସିଦ୍ଧାନ୍ତ ଙ୍କୁ କୋଣ ଠେଶା କରାଯାଇଥିଲା ଏବଂ କୌଣସି କାର୍ଯ୍ୟକ୍ରମ ରେ ଡକାଯାଉନଥିଲା I ଏପରିକି ଟିକେଟ ବାଣ୍ଟ ସମୟରେ ତାଙ୍କୁ ଡକାଯାଇନଥିଲା I ଚର୍ଚ୍ଚା ଚାଲିଥିଲା କି ସେ ବିଜେପି କୁ ଯାଇପାରନ୍ତି ଅବଶ୍ୟ ଏନେଇ ସିଦ୍ଧାନ୍ତ କୌଣସି ପ୍ରତିକ୍ରିୟା ରଖିନଥିଲେ I ଟିକେଟ ନମିଳିଲେ ଲଢ଼ିବେ କି ନା ର ପ୍ରଶ୍ନ ରେ କହିଥିଲେ କି ଆଗକୁ ସମୟ କହିବ I

Leave a Reply

Your email address will not be published. Required fields are marked *