ବିବାଦୀୟ ବୟାନ ସୁଲୋଚନା ଙ୍କୁ ପଡିଲା କି ମହଙ୍ଗା !!ଟିକେଟ ମିଳିବନି ସୁଲୋଚନା ଙ୍କୁ !!

କଂଗ୍ରେସ ର ଜଣେ ଚର୍ଚିତ ମହିଳା ନେତ୍ରୀ ଥିଲେ ସୁଲୋଚନା ଦାସ Iଦଳ ତରଫରୁ ତାଙ୍କୁ ଦଳୀୟ ମୁଖପାତ୍ର ତଥା ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଥିଲା Iତେବେ ସବୁବେଳେ ନବୀନ ବାବୁ ଙ୍କ ବିରୁଧରେ ଗଣମାଧ୍ୟମ ରେ ଚିଲାଉଥିବା ସୁଲୋଚନା ପରେ ବିଜେଡି ରେ ଯୋଗ ଦେଇଥିଲେ ଏବଂ ସ୍ପଷ୍ଟୀକରଣ ରଖିଥିଲେ ଯେ କଂଗ୍ରେସ ର ଗୋଷ୍ଟି କନ୍ଦଳ ଏବଂ ବିବାଦ ପାଇଁ ସେ ଦଳ ଛାଡିଲେ I ଅବଶ୍ୟ ବିଜେଡି ରେ ଯୋଗଦାନ ପରେ ତାଙ୍କୁ ସେତିକି ଗୁରୁତ୍ୱ ଦିଆଯାଇଥିଲା

I ଗଣମାଧ୍ୟମରେ ବିଜେଡି ତରଫରୁ ସେ ପ୍ରତିନିଧିତ୍ବ କରୁଥିଲେ I ଦିନେ ଯେଉଁ ନବୀନ ଙ୍କୁ ବିରୋଧ କରୁଥିଲେ ପୁଣି ଥରେ ସେହି ନବୀନ ଙ୍କ ସୁଗୁଣ ଗାଇବାରେ ଲାଗିଲେ I ତେବେ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଇ ବିଜେଡି ପକ୍ଷରୁ ଆୟୋଜିତ ଆଇଟି ୱିଙ୍ଗର ଆଇଟି କନକ୍ଲେଭ ରେ ସୋସିଆଲ ମିଡ଼ିଆର ପାଠ ବିଷୟରେ କହୁ କହୁ ସୁଲୋଚନା କହିଥିଲେ କି ଆମ ଉପରକୁ ଯଦି କେହି ଆଙ୍ଗୁଳି ଉଠାନ୍ତି ତା ହାତ କାଟିଦେବା ସମ୍ମାନର ସହ।

ସୁଲୋଚନା ଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଚର୍ଚା ଚାଲିଥିଲା କି ବିଜେଡି ପରୋକ୍ଷରେ ଗୁଣ୍ଡା ଗିରି କୁ ପ୍ରୋତ୍ସାହନ କରୁଛି I ଏହାପରଠାରୁ ସୁଲୋଚନା ଙ୍କୁ ଦଳରେ କୋଣଠେସା କରାଯାଉଥିବାର ଆଲୋଚନା ହେଇ ଆସୁଛି I ଯାହାର ଝଲକ ଏବେ ଦେଖିବାକୁ ମିଳିଛି I ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୁଲୋଚନା ଙ୍କ ଦଗଦମା କେହି ଦେଖିବାକୁ ପାଉନାହାନ୍ତି ,ଏକପ୍ରକାର କହିବାକୁ ଗଲେ ସୁଲୋଚନା ସମ୍ପୂର୍ଣ୍ଣ କୋଣ ଠେସା ହେଇଥିବାର କର୍ମୀ ମହଲରେ ଚର୍ଚ୍ଚା ହେଉଛି !

ସୁଲୋଚନା ବରି ଅଞ୍ଚଳରୁ ବିଧାୟକ ପାଇଁ ଇଛୁକ ଥିବାବେଳେ ବରୀର ବିଧାୟକ ପ୍ରାଥୀ ଦାବିଦାର ଅଛନ୍ତି ଚାରି ଥର ଜିତିଥିବା ଦେବାଶିଷ ନାୟକ I

Leave a Reply

Your email address will not be published. Required fields are marked *