5ବର୍ଷ ପରେ ମନେପଡିଲେ ପ୍ରଫୁଲ୍ଲ , ଉଠିଲା ବହିଷ୍କାର ନିର୍ଦେଶ ,ଫେରିଲେ ବିଜେଡି କୁ

ନିର୍ବାଚନ ଯେତିକି ପାଖେଇ ଆସୁଛି ସୁପ୍ରିମ ଙ୍କ ସେତିକି ଟେନସନ ବଢ଼ିବାରେ ଲାଗିଛି I ପ୍ରାଥୀ ଘୋଷଣା ହେବା ପୂର୍ବରୁ ମୈଦାନ ଛାଡି ଇସ୍ତଫା ଦେଇସାରିଲେଣି ବିଜେଡି ର କିଛି ବିଧାୟକ I ଅପରପକ୍ଷରେ ବିଜେପି ରେ ଦାମ ରାଉତ,ବୈଜୟନ୍ତ ,ବଳଭଦ୍ର ଙ୍କ ଭଳି ବହୁ ଟାଣୁଆ ନେତା ଯୋଗ ଦେଇସାରିଲେଣି I ଚର୍ଚ୍ଚା ଚାଲିଛି କି ସବୁ ବିଯୁପ୍ରେମୀ ଙ୍କୁ ଏକାଠି କରିବାକୁ ଦାମ ବୈଜୟନ୍ତ ଯୋଜନା କରିଛନ୍ତି Iଏ ପରିପ୍ରେକ୍ଷୀରେ ବିଜେଡି ରୁ ବିଦା ହେଇଥିବା ପ୍ରଫୁଲ୍ଲ ଘଡେଇ ଙ୍କ ନାମ ଚର୍ଚା ହେଉଥିଲା କି ସେ ତାଙ୍କ ସହିତ ମିଶିପାରନ୍ତି ଯଦିଓ ସିଧାସଳଖ ପ୍ରଫୁଲ୍ଲ ଏହାକୁ ଖଣ୍ଡନ କରିଥିଲେ I ତେବେ ଆଜି ବିଜେଡି ର ପ୍ରାଥୀ ତାଲିକା ଘୋଷଣା ହେବାପରେ ସୁପ୍ରିମ ନେଇଛନ୍ତି ଏକ ବଡ ପଦକ୍ଷେପ I ବହିଷ୍କାର କରିଥିବା ପ୍ରଫୁଲ୍ଲ ଙ୍କୁ ପୁଣି ଦଳ ଫେରେଇ ଆଣିବାକୁ ଉଦ୍ୟମ କରିଛି I

ପ୍ରଫୁଲ୍ଲ ଙ୍କ ବହିଷ୍କାର ନିର୍ଦେଶ ବିଜେଡି ପ୍ରତ୍ୟାହାର କରିଛି I ସୂଚନା ଥାଉ କି ବଳିଷ୍ଠ ନେତାପ୍ରଫୁଲ୍ଲ ଙ୍କୁ ଗଣାମଧ୍ୟମ ରେ ଦଳ ବିରୋଧୀ ପ୍ରତିକ୍ରିୟା ଦେଇଥିବାରୁ ୨୦୧୪ ସେପ୍ଟେମ୍ବରରେ ବହିଷ୍କାର କରାଯାଇଥିଲା I କେବଳ ସୁକିନ୍ଦା ନୁହେଁ ସମସ୍ତ ଯାଜପୁର ରେ ପ୍ରଫୁଲ୍ଲ ଙ୍କ ଦଗଦମା ରହିଥିଲେ ମଧ୍ୟ ବିଜୁ ବାବୁଙ୍କୁ ମାନୁଥିବା ପ୍ରଫୁଲ୍ଲ ନବୀନ ଙ୍କ ନିଷ୍ପତି କୁ ମାନିନେଇଥିଲେ ଏବଂ ଚୁପ ରହିଥିଲେ ବିନା କୌଣସି ପ୍ରତିବାଦ ରେ

I କିନ୍ତୁ ୟା ମଧ୍ୟରେ କୌଣସି ଦଳକୁ ଡିଆଁ ମାରିନଥିଲେ ପ୍ରଫୁଲ୍ଲ I ସୁକିନ୍ଦା ରେ ପ୍ରଫୁଲ୍ଲ ଙ୍କ ବଦଳରେ ପୁଅ ପ୍ରିତିରଞ୍ଜନ ଙ୍କୁ ଟିକେଟ ମିଳିଥିଲା Iତେବେ ସୁପ୍ରିମ ତାଙ୍କ ଉପରୁ ବହିଷ୍କାର ନିର୍ଦେଶ ଉଠାଇ ଦଳକୁ ପୁଣି ଫେରେଇ ଆଣିବାକୁ ଚେଷ୍ଟା କରିଛନ୍ତି I

Leave a Reply

Your email address will not be published. Required fields are marked *