20ବର୍ଷ ପରେ ଭୟଭୀତ ହେଇପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ !! ଏହି ପାଞ୍ଚଟି କାରଣ ମୁଖ୍ୟମନ୍ତ୍ରୀ ଙ୍କ ଭୟଭୀତ ର କାରଣ !!

ଦୀର୍ଘ 20ବର୍ଷ ସାଶନ ରେ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଲୋକପ୍ରିୟତା ପୂର୍ବପରି ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ନବୀନ ବାବୁ ଟିକେ ଭୟଭୀତ ଥିବା ଜଣାପଡୁଛି I1) ଟିକେଟ ବଣ୍ଟନ :ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାଥୀ ଚୟନ ପାଇଁ ନବୀନ ବାବୁଙ୍କୁ ବହୁ କସରତ କରିବାକୁ ପଡିଛି I ଏପରିକି ପ୍ରାଥୀ ଚୟନ ସମୟରେ କିଛି ବରିଷ୍ଠ ନେତା ଦଳ ଛାଡିଛନ୍ତି I ଦଳକୁ ମୁଖ୍ୟ ସମସ୍ୟା ପାଲଟିଛି ଦଳୀୟ ଅସନ୍ତୋଷ I ବର୍ତମାନ ସୁଦ୍ଧା ପ୍ରାଥମିକ ପର୍ଯ୍ୟାୟ ପାଇଁ 9 ପ୍ରାଥୀ ଙ୍କ ନାମ ଘୋଷଣା କରିନାହାନ୍ତି I ଏପରିକି ପ୍ରାଥୀ ଘୋଷଣା ପୂର୍ବରୁ ଭଉଣୀ ଗୀତା ଙ୍କ ନବୀନ ନିବାସ ରେ ପହଁଚିବା ସମସ୍ତଙ୍କୁ ଚକିତ କରିଛି I2) ଦାମ ,ବୈଜୟନ୍ତ :

2018/19 ରେ ଓଡିଶା ରାଜନୀତି ର ସବୁଠୁ ଚର୍ଚିତ ଘଟଣା ଭାବରେ ଉଭା ହେଇଛନ୍ତି ଦାମ ବୈଜୟନ୍ତ I ଦୁର୍ନୀତି ଏବଂ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁ ବିରୋଧ କରି ଉଭୟ ବିଜେଡି ଦ୍ୱାରା କୋଣ ଠେସା ହେଇ ଦଳରୁ ବିଦା ହେବାପରେ ବିଜେପି ରେ ମିଶିଥିଲେ I ଉଭୟ ଏବେ ନବୀନ ବାବୁଙ୍କ ପାଇଁ ବଡ ସମସ୍ୟା ପାଲଟିଛନ୍ତି , ଯେଉଁଥିପାଇଁ 5ବର୍ଷ ପରେ ଘଡେଇ ଙ୍କୁ ପୁଣି ଦଳକୁ ଫେରେଇଛନ୍ତି ନବୀନ ବାବୁ I ଚର୍ଚା ଚାଲିଛି କି ବୈଜୟନ୍ତ ଙ୍କ ସହ ପାଖାପାଖି 40ରୁ ଉର୍ଧ ବିଧାୟକ ଯୋଗ ଦେବେ ,ଯାହାକି ବର୍ତମାନ ସୁଦ୍ଧା 3ବିଧାୟକ ଏବଂ ଜଣେ ସାଂସଦ ବିଜେପି ରେ ସାମିଲ ହେଇସାରିଲେଣି I
3)ବିରୋଧୀ ଶକ୍ତି ବୃଦ୍ଧି :

ପୂର୍ବରୁ ନବୀନ ବାବୁଙ୍କ ବିକଳ୍ପ ଭାବରେ କୌଣସି ରାଜନେତା ନଥିବା ବେଳେ ବର୍ତମାନ ବିଜେପି ର ଶକ୍ତି ବୃଦ୍ଧି ହେବାରେ ଲାଗିଛି I ଧର୍ମେନ୍ଦ୍ର ,ବୈଜୟନ୍ତ , ଦାମ ,ସମ୍ବିତ ,ଅପରାଜିତା ପ୍ରମୁଖ ନବୀନ ବାବୁଙ୍କ ଚିନ୍ତାର କାରଣ ପାଲଟିଛନ୍ତି I4) ଏକ ଚିଠି କୁ ପ୍ରଦର୍ଶନ କରାଯାଇ ଚର୍ଚ୍ଚା ଚାଲିଛି କି ଗୁଇନ୍ଦା ବିଭାଗ କୁଆଡେ ନବୀନ ବାବୁଙ୍କ ଲୋକପ୍ରିୟତା ହରେଇଥିବା ନେଇ ଖବର ଦେଇଛନ୍ତି

,ଯେଉଁଥିପାଇଁ ଦୁଇଟି ଆସନ ରୁ ମୁଖ୍ୟମନ୍ତ୍ରୀ ଲଢ଼ୁଛନ୍ତି I ଯଦିଓ ସାମ୍ନା କୁ ଆସିଥିବା ଚିଠି ବିଷୟରେ ସମ୍ପୂର୍ଣ୍ଣ ଖବର ଜଣାପଡିନାହିଁ I 5) ମୁଖ୍ୟ ସମସ୍ୟା ପାଲଟିଛି କାଳିଆ : ଚାଷୀଙ୍କ ପାଇଁ ଶୁଭାରମ୍ଭ ହେଇଥିବା କାଳିଆ ଯୋଜନା କୁ ନେଇ ବହୁ ହଟଚମଟ ସୃଷ୍ଟି ହେଇଥିଲା I

ଏପରିକି ଏହି ଯୋଜନାରେ ବିଜେଡି ର ବହୁ ନେତା ,ନେତାଙ୍କ ଭାଇ ବନ୍ଧୁ ପରିବାର ଙ୍କ ନାମ ତାଲିକାରେ ଆସିବା ପରେ କାଳିଆ ଯୋଜନା କୁ ନେଇ ସମାଲୋଚନା କରାଯାଇଥିଲା I ପ୍ରକୃତ ହିତାଧିକାରୀ କାଳିଆ ର ଲାଭ ପାଇନଥିଲେ ,ବର୍ତମାନ ସୁଦ୍ଧା କାଳିଆ କୁ ନେଇ ପ୍ରବଳ ଅସନ୍ତୋଷ ଲାଗି ରହିଛି ଯାହାକି ଆଗାମୀ ନିର୍ବାଚନ ରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *