ବିଜେଡି ଛାଡ଼ିବେ ନୟାଗଡ ରାଜମାତା ପ୍ରତ୍ୟୁଷା ,ବିଜେପି ରେ ଯୋଗ ଦେଇ ଅରୁଣ ସାହୁଙ୍କୁ ଦେବେ କଡା ଟକ୍କର !

ବିଜେଡି ରେ ପ୍ରାଥୀ ଘୋଷଣା ପରେଅସନ୍ତୁଷ୍ଟ ଙ୍କୁ ମନେଇବାକୁ ନୟାନ୍ତ ହେଇଗଲେଣି ସୁପ୍ରିମ I ଯେଉଁମାନଙ୍କୁ ଟିକେଟ ମିଳିନି ସେମାନେ ସିଧାସଳଖ ବିଦ୍ରୋହ କରିବା ସହିତ ବିରୋଧୀ କ୍ୟାମ୍ପ ବିଜେପି କୁ ଡେଇଁବାରେ ଲାଗିଛନ୍ତି I ଗତକାଲି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ , କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ,ପାରଳା ଖେମୁଣ୍ଡି ପୂର୍ବତନ ବିଧାୟକ ନାରାୟଣ ,ସୁନ୍ଦରଗଡ ରୁ କୁସୁମ ଟେଟେ ,ଦଳରୁ ଇସ୍ତଫା ଦେଇଥିଲେ I

ଏବେ ପୁଣି ବିଜେଡି ର ପ୍ରାଥୀ ଚୟନ କୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି କଳାହାଣ୍ଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ I ବିଜେଡି ତରଫରୁ ତାଙ୍କୁ କଳାହାଣ୍ଡି ପାଇଁ ସାଂସଦ କରାଯାଇଥିଲା କିନ୍ତୁ ଏଥର ସେଠାରୁ ଅଚ୍ୟୁତ ସାମନ୍ତ ଙ୍କୁ ପ୍ରାଥୀ କରାଯାଇଛି I ଏନେଇ ରାଜେଶ୍ୱରୀ ସିଂ ମନଦୁଃଖ କରିଥିଲେ ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ସେଠାରୁ ଲୋକସଭା ପାଇଁ ଆସନ ନମିଳିଲା କିଛି କଥା ନାହିଁ କିନ୍ତୁ ନୟାଗଡ ରୁ ବିଧାନସଭା ପାଇଁ ଟିକେଟ ଦିଆଯାଉ I

ଏମିତିରେ ନୟାଗଡ ରେ ପ୍ରତ୍ୟୁଷା ରାଜମାତା ଭାବରେ ବେସ ଜଣାଶୁଣା I କିନ୍ତୁ ନୟାଗଡ ର ବିଧାନସଭା ପ୍ରାଥୀ ହେଉଛନ୍ତି ଅରୁଣ ସାହୁ I ପାୱାର କରିଡର ର ଗେଲ୍ହା ପୁଅ I ତେଣୁ ଅରୁଣ ଙ୍କ ଟିକେଟ କାଟିବାର କାହାର ଦମ୍ ନାହିଁ I ମୋଟାମୋଟି କହିବାକୁ ଗଲେ ପ୍ରତ୍ୟୁଷା ଏବେ ଦ୍ବନ୍ଦରେ ଅଛନ୍ତି ଏବଂ ଟିକେଟ ନମିଳିଲେ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି Iଏପରିକି ଅନ୍ୟ ଦଳ କିମ୍ବା ସ୍ୱାଧୀନ ଭାବେ ଲଢ଼ିବେ ବୋଲି ମଧ୍ୟ କହିସାରିଲେଣି I

ଚର୍ଚ୍ଚା ଚାଲିଛି କି ସେ ବିଜେଡି ଛାଡି ବିଜେପି ରେ ଯୋଗଦେବେ ଏବଂ ଅରୁଣ ସାହୁ ଙ୍କ ସହିତ କଡା ଟକ୍କର ଦେବେ ,ଏମିତିରେ ଦେଖିବାକୁ ଗଲେ ନୟାଗଡ ରେ ଅରୁଣ ଦଗଦମା ଥିଲେ ମଧ୍ୟ ଦଳୀୟ ଅସନ୍ତୋଷ ଲାଗି ରହିଛି I

Leave a Reply

Your email address will not be published. Required fields are marked *