ତିନି ସାଂସଦ ,ଚାରି ବିଧାୟକ ଙ୍କ ସମେତ ଅନେକ ବରିଷ୍ଠନେତା ଦଳ ଛାଡିଲେଣି

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାଥୀ ଘୋଷଣା ପରେ ବିଜେଡି ରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି I ଦଳରୁ ଟିକେଟ ନପାଇ ଅନେକ ବିଧାୟକ ,ସାଂସଦ ଏବଂ ବରିଷ୍ଠ ନେତା ଦଳ ଛାଡିଲେଣି I ପ୍ରଥମେ ପର୍ଯ୍ୟାୟ ପ୍ରାଥୀ ଘୋଷଣା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ,କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେଡି ଛାଡିଛନ୍ତି I ଇତିମଧ୍ୟରୁ ବଳଭଦ୍ର ବିଜେପି ରେ ମିଶିସାରିଥିବା ବେଳେ ଅର୍କ ମଧ୍ୟ ମିଶିବେ ବୋଲି ଚର୍ଚା ଚାଲିଛି I ସେହିପରି ରାଜେଶ୍ୱରୀ ବିଜେଡି ଛାଡିବା ପରେ ବିଜେପି କିମ୍ବା କଂଗ୍ରେସ ରେ ମିଶିବେ ବୋଲି ଶୁଣାଯାଉଛି I

ସାଂସଦ ମାନଙ୍କ ପରେ ବିଧାୟକ ମାନେ ମଧ୍ୟ ବିଜେଡି ଛାଡିଛନ୍ତି I ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ,ନୟାଗଡ ଦଶପଲ୍ଲାର ବିଧାୟକ ପୂର୍ଣଚନ୍ଦ୍ର ନାଏକ,ନିଳଗିରିର ବିଧାୟକ ସୁକାନ୍ତ ନାଏକ , ଆସିକାର ବିଧାୟକ ଦେବରାଜ ମହାନ୍ତି, ଏବଂ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ, ନାରାୟଣ ରାଓ, ସୁନ୍ଦରଗଡ ର ଟାଣୁଆ ନେତ୍ରୀ କୁସୁମ ଟେଟେ,ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ,କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ପ୍ରମୁଖ ବିଜେଡି ଛାଡିଛନ୍ତି I

ପ୍ରଥମ ପର୍ଯାୟରୁ ଏତେ ପରିମାଣରେ ନେତା ଛାଡିଥିବା ବେଳେ ଆଗକୁ ଆହୁରି ଛାଡ଼ିବେ ଵୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *