ନବୀନ ଙ୍କ ପାଖରେ ଏତିକି ଟଙ୍କା ,ସୁନା , ସମ୍ପତି ଅଛି ?

ଦୀର୍ଘ 20ବର୍ଷ ଧରି ଓଡ଼ିଶାରେ ସବୁଠୁ ଲୋକପ୍ରିୟ ନେତା ଭାବେ ନବୀନ ପଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି I ଚାରିଥର ମୁଖ୍ୟମନ୍ତ୍ରୀ ହେଇଥିବା ନବୀନ ପଟନାୟକ ପୁନର୍ବାର ପଞ୍ଚମ ଥର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଯେଉଁଥିରେ କି ସେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି I ପ୍ରାୟତ ସବୁ ଓଡ଼ିଆ ଲୋକଙ୍କର ମନରେ ପ୍ରଶ୍ନ ଉଠୁଥିବ କି ମୁଖ୍ୟମନ୍ତ୍ରୀ ଙ୍କ ମୋଟ ସମ୍ପତି ର ମୂଲ୍ୟ କେତେ ? ତେବେ ଚାଲନ୍ତୁ ଜାଣିବା I

ଭୁବନେଶ୍ୱର ବାପୁଜୀ ନଗର ବ୍ୟାଙ୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଆକାଉଣ୍ଟସ ରେ ୧୪ ଲକ୍ଷ ୨୦ ହଜାର ଟଙ୍କା ରହିଥିବା ବେଳେ ହିଞ୍ଜିଳି ଏସ୍‌ବିଆଇ ଆକାଉଣ୍ଟସ ରେ ୬ ହଜାର ୪୬୫ ଟଙ୍କା ଏବଂ ୧ ହଜାର ଟଙ୍କା ,ଦିଲ୍ଲୀ ର ବ୍ୟାଙ୍କ ରେ ୬ ଲକ୍ଷ ୫୦ ହଜାର ଟଙ୍କା, ଅନ୍ୟ ଏକ ବ୍ୟାଙ୍କ ରେ ୧ ହଜାର ୭୩୦ ଟଙ୍କା ଅଛି I ଜମିବାଡ଼ି/ପୈତୃକ ସମ୍ପତି :ଭୁବନେଶ୍ୱରର ୨.୧୩୩ ଏକର ଜମିରେ ରହିଥିବା ନବୀନ ନିବାସର ମୂଲ୍ୟ ୯ କୋଟି ୫୨ ଲକ୍ଷ ,ଏହାସହିତ ଫରିଦାବାଦରେ ପୈତୃକ ସମ୍ପତି ଭାବେ ନବୀନ ଙ୍କର ଏକ ଫାର୍ମ ଅଛି ଯାହାର ମୂଲ୍ୟ ପାଖାପାଖି ୧୦ କୋଟି ୭୫ ଲକ୍ଷ

I ଦିଲ୍ଲୀ ରେ ନବୀନ ଙ୍କ ଉତ୍ତରାଧିକାରୀ ସୂତ୍ର ରେ ଯେଉଁ ଘର ଅଛି ସେଥିରେ ତାଙ୍କର ୫୦% ଭାଗ ରହିଛି ଯାହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ I ସୁନା ଗହଣା :2ଲକ୍ଷ ଟଙ୍କାର ରତ୍ନ ଏବଂ ସୁନା ଅଛି I

Leave a Reply

Your email address will not be published. Required fields are marked *