ଦଳ ଡିଆଁ ଙ୍କୁ ନିରାଶ କରିନି ବିଜେପି ,ପ୍ରଥମେ ମିଳିଲା ଟିକେଟ

ବିଜେପି ର ଓଡିଶା ବିଧାନସଭା ପାଇଁ 100 ପ୍ରାଥୀଙ୍କ ନାମ ଘୋଷଣା ହେଇସାରିଛି I ବିଜେଡି ପ୍ରାଥୀ ଘୋଷଣା ପରେ ହେବାପରେ ଅନେକ ଅସନ୍ତୋଷ ହେଇଥିଲେ ଏବଂ ଦଳ ଛାଡି ବିଜେଡି ରେ ମିଶିଥିଲେ I ତେବେ ଟିକେଟ ପାଇଁ ବିଜେପି ରେ ମିଶିଥିବା ଆଶାୟୀ ପ୍ରାଥୀଙ୍କୁ ନିରାଶ କରିନି ଦଳ I ଯେଉଁ ଲକ୍ଷ ନେଇ ଦଳରେ ସାମିଲ ହେଇଥିଲେ ,ପୁରସ୍କାର ମିଳିଛି I ଦଳରୁ ଟିକେଟ ମିଳିଛି ଆଗାମୀ ନିର୍ବାଚନ ଲଢ଼ିବା ପାଇଁ I

ଲୋକସଭା ପାଇଁ ବିଜେଡି ଛାଡି ବିଜେପି ରେ ମିଶିଥିବା ବୈଜୟନ୍ତ ଙ୍କୁ କେନ୍ଦ୍ରାପଡା ,ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ ,ଙ୍କ ନାମ ଘୋଷଣା ହେଇଥିବା ବେଳେ ବିଧାନସଭା ପାଇଁ ବରିଷ୍ଠ ବିଜେଡି ର ନେତା ଦାମୋଦର ରାଉତଙ୍କୁ ବାଲିକୁଦା-ଏରସମାରୁ ଟିକେଟ ମିଳିଥିବା ବେଳେ ସୁନ୍ଦରଗଡ ପାଇଁ ବିଜେଡି ଛାଡି ଆସିଥିବା କୁସୁମ ଟେଟେ,ପାରଳା ଖେମୁଣ୍ଡି ପାଇଁ ନାରାୟଣ ରାଓ ,ସାଲେପୁର ପାଇଁ କଂଗ୍ରେସ ଛାଡିଥିବା ପ୍ରକାଶ ବେହେରା ଙ୍କୁ ଦଳ ପ୍ରଥମେ ପୁରସ୍କାର ସ୍ୱରୂପ ଟିକେଟ ଘୋଷଣା କରିଛି I

Leave a Reply

Your email address will not be published. Required fields are marked *