ବିଜେଡି ଛାଡ଼ିବେ ଯାଜପୁର ସାଂସଦ ରିତା ,ଧରିବେ ପଦ୍ମଫୁଲ !!

ବିଜେଡି ରେ ଜୋର ଧରିଛି ଅସନ୍ତୋଷ I ଟିକେଟ ନମିଳିବା ପରେ ବାଧ୍ୟ ହେଇ ଦଳ ଛାଡ଼ୁଛନ୍ତି ନେତା I
ୟା ମଧ୍ୟରେ ଅନେକ ବିଜେଡି ବିଧାୟକ ଏବଂ ସାଂସଦ ଦଳ ଛାଡି ବିଜେପି ରେ ସାମିଲ ହେଇସାରିଲେଣି I ବିଜେପି ପକ୍ଷରୁ ମଧ୍ୟ ଅଧିକାଂଶ ପ୍ରାଥୀଙ୍କୁ ଟିକେଟ ଦିଆସରିଲାଣି I ନବରଙ୍ଗପୁର ସାଂସଦ ,କଳାହାଣ୍ଡି ସାଂସଦ ,କନ୍ଧମାଳ ସାଂସଦ ବିଜେଡି ଛାଡିବା ପରେ ଏବେ ଚର୍ଚା ରେ ଅଛନ୍ତି ବିଜେଡି ସାଂସଦ ରିତା ତରାଇ I

ଚର୍ଚ୍ଚା ହେଉଥିବା ଖବର ଅନୁଯାଇ ଯାଜପୁର ସାଂସଦ ରିତା ତରାଇ ଙ୍କ ଉପରେ ଖୁଶି ନାହାନ୍ତି ମୁଖ୍ୟମନ୍ତ୍ରୀ I ନିଜେ ରିତା ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଫେରିବା ସମୟରେ ମଧ୍ୟ ତାଙ୍କ ହାବଭାବ ରୁ ସ୍ପଷ୍ଟ ଜଣାପଡୁଥିଲା କି ତାଙ୍କୁ ଏଥରକ ଟିକେଟ ମିଳିନପାରେ I ଏବେ ଯାଜପୁର ରେ ଚର୍ଚା ହେଉଛି କି ରିଟନକୁ ଟିକେଟ ମିଳିବନି ଏବଂ ସେ ବିଜେପି ଆଡକୁ ଆକର୍ଷିତ ହେଉଛନ୍ତି

I ଖୁବ ଶୀଘ୍ର ବିଜେପି ରେ ଯୋଗ ଦେଇପାରନ୍ତି I ସୂଚନା ଅନୁଯାଇ ରିତା ଙ୍କୁ ଟିକେଟ ଦିଆନଯାଇ ବବି ଦାସ ଙ୍କ ସମ୍ପର୍କୀୟ କାହାକୁ ଟିକେଟ ମିଳିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି ଯଦିଓ ଏନେଇ କୌଣସି ମିଳିପାରିନାହିଁ ତେବେ ରିତା ବିଜେଡି ଛାଡିବାକୁ ମନସ୍ତ କରିଛନ୍ତି ଏଇଟା ହିଁ ସତ I

Leave a Reply

Your email address will not be published. Required fields are marked *