100 ଜଣଙ୍କ ଭିତରୁ ଏହି ତିନିଜଣ କେବଳ ଲଢେଇ କରିବେ ବାକି ସବୁ ଜାଗାରେ ବିଜେଡି ଜିତିକି ଅଛି :ସତ୍ୟଜିତ

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି କଂଗ୍ରେସ ତରଫରୁ ପ୍ରାଥୀ ଘୋଷଣା ସରିଥିବା ବେଳେ ଗତକାଲି ବିଜେପି ମଧ୍ୟ ଓଡିଶା ପାଇଁ 100ଜଣିଆ ତାଲିକା ଘୋଷଣା କରିଛି I ତେବେ ଏହାକୁ ନେଇ ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ବିଜେପି ର 100 ତାଲିକା ଦେଖିଲା ପରେ ଲାଗୁଚି କି କେବଳ ବରୀ ,କୁଚିଣ୍ଡା ଏବଂ ଏରସମା ରେ ବିଜେପି ଲଢେଇ କରିବ, ବାକି ସବୁ ଜାଗାରେ ବିଜେଡି ଏକତରଫା ଜିତିକି ହିଁ ଅଛି I

ସୂଚନା ଥାଉ କି ବରୀ ପାଇଁ ବିଜେପି ତରଫରୁ ବିଶ୍ୱରଂଜନ ମଲ୍ଲିକ ପ୍ରାଥୀ ହେଇଥିବା ବେଳେ ବିଜେଡି ର ଦାବିଦାର ଅଛନ୍ତି ଦେବାଶିଷ ନାୟକ Iପୂର୍ବଥର ବିଜେଡି ପକ୍ଷରୁ ଦେବାଶିଷ 59,800 ଭୋଟ ପାଇଥିବା ବେଳେ ସ୍ୱାଧୀନ ଭାବେ ଲଢ଼ି ବିଶ୍ୱ 52,627 ଭୋଟ ପାଇଥିଲେ ,ଏଥରକ ବିଜେପି ରେ ସାମିଲ ହେଇଥିବାରୁ ଜୋରଦାର ଟକ୍କର ହେଇପାରେ I ସେହିପରି କୁଚିଣ୍ଡା ରେ ବିଜେପି ପକ୍ଷରୁ ରବି ନାରାୟଣ ନାୟକ ତିନିଥର ବିଧାୟକ ଅଛନ୍ତି ଏବଂ ଗତଥର ବିଜେଡି ପ୍ରାଥୀଙ୍କୁ 22ହଜାର ଭୋଟ ରେ ହରେଇଥିଲେ I ଏବଂ ସବୁଠୁ ଚର୍ଚାରେ ଅଛି ବାଲିକୁଦା ଏରସମା I ଏହା ଦାମ ଙ୍କ ନିଜ ଜନ୍ମସ୍ଥାନ I

ଏହା କଂଗ୍ରେସ ର ଗଡ ଥିବାବେଳେ 2009 ରେ ପ୍ରଥମ କରି ପ୍ରଶାନ୍ତ ମୁଦୁଲି ବିଜେଡି ର ଶଙ୍ଖ ଫୁଙ୍କିଥିଲେ ଏବଂ ଲଗାତାର ଦୁଇଥର ବିଧାୟକ ଅଛନ୍ତି ଏଥିରେ ଦାମ ରାଉତ ଙ୍କ ଭୂମିକା ଅଧିକ ଥିଲା କିନ୍ତୁ ସେହି ଦାମ ନିଜେ ହିଁ ପ୍ରଶାନ୍ତ ଙ୍କ ବିପକ୍ଷରେ ଲଢେଇ କରିବାକୁ ଅଣ୍ଟା ଭିଡିଛନ୍ତି I

Leave a Reply

Your email address will not be published. Required fields are marked *