ବିଜେଡି ବିଧାୟକ ଙ୍କୁ ସୁହାଇଲା ଭଳି ଖବର ନଦେବାରୁ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ

ପାଖେଇ ଆସୁଛି ନିର୍ବାଚନ ,ସରିଲାଣି ପ୍ରଥମ ପର୍ଯ୍ୟାୟ ପ୍ରାଥୀ ତାଲିକା I କେଉଁ ନିର୍ବାଚନ ରେ କେତେ ଲୋକପ୍ରିୟତା ,ଏବଂ ଲୋକଙ୍କ ପାଇଁ କେତେ କାମ କରିଛନ୍ତି ତାହାକୁ ଜାଣିବାକୁ ସବୁ ଗଣମାଧ୍ୟମ ଗାଁ କୁ ଯାଇ ଖବର ସଂଗ୍ରହ କରୁଛନ୍ତି I ଏହିକ୍ରମରେ ଗତକାଲି ଜି ଓଡ଼ିଶାର ଇଲେକ୍ସନ ଏକ୍ସପ୍ରେସ ନାମକ କାର୍ଯ୍ୟକ୍ରମ ପାଇଁ ଜି ଓଡ଼ିଶାର ପ୍ରତିନିଧି ପୁରୀ କାକଟପୁର ଯାଇଥିବା ବେଳେ ଅସ୍ତରଙ୍ଗ ଠାରେ ଭିଡ ଜମାଇଥିବା ଲୋକଙ୍କ ଠାରୁ ଖବର ସଂଗ୍ରହ କରିଥିଲେ I ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ ,ପ୍ରାଥୀଙ୍କ ବିଷୟରେ I ଏବଂ ଖବର ନେଇ ଫେରୁଥିବା ସମୟରେ ଏକ ନିଛାଟିଆ ରାସ୍ତା କଡରେ ଜି ଓଡ଼ିଶାର ଗାଡି ଅଟକାଇ କିଛି ବିଜେଡି କର୍ମୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଗାଳି ଗୁଲଜ କରିବା ସହିତ ପ୍ରତିନିଧି ଚନ୍ଦନ ଙ୍କୁ ଭିଡି ନେଇଥିଲେ ବାହାରକୁ

ଏବଂ କାହିଁକି ଲୋକଙ୍କ ମତାମତ ନେଲ ବୋଲି କହିବା ସହିତ କେବଳ ବିଧାୟକ ସୁରେନ୍ଦ୍ର ସେଠି ଙ୍କ ସପକ୍ଷରେ ପ୍ରଚାର କରିବାକୁ କହି ଚନ୍ଦନ ଙ୍କ ମୁଁହକୁ ଇଟାରେ ଛେଚିଥିଲେ I ଜୀବନ ବିକଳରେ ଚନ୍ଦନ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ ,ତେବେ ସୌଭାଗ୍ୟ ବଶତଃ ଘଟଣାସ୍ଥଳରେ ପୋଲିସ ପହଂଚି ଚନ୍ଦନ ଙ୍କୁ ଉଦ୍ଧାର କରିଛି I ଏନେଇ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି I

ସମାଜର ଚତୁର୍ଥ ସ୍ତମ୍ଭ ତଥା ଜାଗ୍ରତ ପ୍ରହରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେଡି ବିଧାୟକ ଙ୍କ ସମର୍ଥକ ମାନଙ୍କ ଏପରି ଜୋର ଜବରଦସ୍ତ ମାଡ ମାରି ମିଥ୍ୟା ଖବର ପ୍ରସାରଣ କରିବାକୁ ବାଧ୍ୟ କରିବା ଆଗାମୀ ଦିନ ପାଇଁ ବହୁ ବିପଦ ସୃଷ୍ଟି କରିବ I

Leave a Reply

Your email address will not be published. Required fields are marked *