ଅଧିକାଂଶ ଜିଲ୍ଲାରେ ବିଦ୍ରୋହ ସହିତ କାର୍ଯ୍ୟାଳୟ ରେ ତାଲା ଏବଂ ଧର୍ମେନ୍ଦ୍ର ଙ୍କ ବ୍ୟାନର ପୋଡିଲେ

ବିଜେଡି ର ପ୍ରାଥୀ ଘୋଷଣା ପରେ ଅଧିକାଂଶ ଅସନ୍ତୋଷ ନେତା ଦଳ ଛାଡି ବିଜେପି ରେ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ଚଳିତ ନିର୍ବାଚନ ପାଇଁ ପ୍ରାଥୀ କରାଯାଇଛି I ତେବେ ଦୀର୍ଘ ଦିନ ଧରି ବିଜେପି ଗଡ ସମ୍ଭIଳିଥିବା ନେତା ଙ୍କ ସମର୍ଥକ ମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି I ବିଜେପି ପ୍ରାଥୀ ଘୋଷଣା ପରେ ଅସନ୍ତୋଷ ତୀବ୍ର ହେବାରେଲାଗିଛି I ଗତକାଲି ଭୁବନେଶ୍ୱର ରେ କର୍ମୀମାନେ ବିରୋଧ କରି ସମୀର ଙ୍କ ଘର ସାମ୍ନା ରେ ଆନ୍ଦୋଳନ କରିଥିବା ବେଳେ ଲକ୍ଷ୍ମୀପୁର ବିଜେପି ବ୍ଲକ୍ କାର୍ଯ୍ୟାଳୟ ରେ ମଧ୍ୟ ଭଙ୍ଗାରୁଜା କରିଥିଲେ I

ସେହିପରି ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଇଁ ପିଙ୍କି ଙ୍କ ନାମ ଘୋଷଣା ପରେ ଆଶାୟୀ ପ୍ରାଥୀ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ୍ ନ ମିଳିବାରୁ ସେଠାରେ ଅସନ୍ତୋଷ ଦେଖାଦେଇଛି । ଦିଗପହଣ୍ଡିରୁ ଦଳ ପିଙ୍କି ପ୍ରଧାନଙ୍କ ସମର୍ଥକ ନାରାବାଜି ଦେଇଛନ୍ତି I ଜୟପୁର ରେ ମଧ୍ୟ ଅନୁରୂପ ପରିସ୍ଥିତି I ସେହିପରି ରାଜନଗରରେ ଅଲେଖ ଜେନାଙ୍କୁ ଟିକେଟ ମିଳିବା ଘଟଣାରେ ପାର୍ଟି ଅଫିସରେ ବିଜେପି ପକ୍ଷରୁ ବିରୋଧ କରାଯାଇଛି I ଭଦ୍ରକରେ ମଧ୍ୟ ବାସୁଦେବପୁରରୁ ଆଶାୟୀ ପ୍ରାଥୀ ଦୀନବନ୍ଧୁ ପତିଙ୍କୁ ଟିକେଟ ନମିଳିବାରୁ ସମର୍ଥକ ମାନେ ବିରୋଧ କରି ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଅନ୍ୟପକ୍ଷରେ ଲୋକସଭା ପାଇଁ ବରଗଡ଼ ଆସନରେ ସୁବାସ ଚୌହ୍ବାନଙ୍କ ଭଲ ସଂଘଠନ ଥିବାବେଳେ ତାଙ୍କୁ ପ୍ରାଥୀ ନମିଳିବାରୁ ସମର୍ଥକ ମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି

I ଆହୁରି ମଧ୍ୟ ଖଡିଆଳ,ଚଣ୍ଡିଖୋଲ, ରେ ତୀବ୍ର ବିରୋଧ ହେବାରେ ଲାଗିଲାଣି I ଏପରିକି ଖଡ଼ିଆଳ ବିଧାୟକ ବିଜେପି ମଧ୍ୟ ଛାଡି ସାରିଲେଣି I ବର୍ତମାନ ପରିସ୍ଥିତି କୁ ଦେଖିଲେ ଯାହା ଜଣାପଡୁଛି ବିଜେଡି କୁ ବଳି ଗଲାଣି ବିଜେପି ଅସନ୍ତୋଷ I

Leave a Reply

Your email address will not be published. Required fields are marked *