ଶଙ୍ଖ ଛାଡି ହାତ ଆଡେ ଢଳିଥିଲେ ପୁଣି ବିଜେପି ରେ ମିଶିଲେ, ବିଜେଡି କୁ ହରାଇ ନେବି ପ୍ରତିଶୋଧ

କନ୍ଧମାଳ ଲୋକସଭା ପାଇଁ ଟିକେଟ ନମିଳିବାରୁ ନୟାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିଲେ କନ୍ଧମାଳ ସାଂସଦ ତଥା ନୟାଗଡ ରାଜମାତା ପ୍ରତ୍ୟୁଷା ରାଜେଶ୍ୱରୀ I ତେବେ ନୟାଗଡ ରୁ ବିଜେଡି ର ମୋଷ୍ଟ ପାୱାରଫୁଲ ନେତା ଅରୁଣ ସାହୁ ଲଢୁଥିବାରୁ ପ୍ରତ୍ୟୁଷା ଙ୍କ ଟିକେଟ ଏତେ ସହଜ ନଥିଲା ଫଳରେ ଟିକେଟ ବଣ୍ଟନ ପୂର୍ବରୁ ଦଳ ଛାଡିଥିଲେ ପ୍ରତ୍ୟୁଷା I ପ୍ରଥମରୁ ବିଜେପି ପାଇଁ ଇଛୁକ ଥିଲେ ମଧ୍ୟ କଂଗ୍ରେସ ଆଡେ ଢଳିଥିଲେ ରାଜମାତା ଏବଂ ଏନେଇ ରାହୁଲ ଙ୍କୁ ମଧ୍ୟ ଚିଠି ଲେଖିଥିବା କଥା ପିସିସି ସଭାପତି ଜଣାଇଥିଲେ I ତେବେ ସୂଚନା ଅନୁଯାଇ ଆଜି କଂଗ୍ରେସ ରେ ପ୍ରତ୍ୟୁଷା ଯୋଗଦେବାର ଥିଲା କିନ୍ତୁ ଶେଷ ମୁହୁର୍ତରେ ନିଜ ନିଷ୍ପତି ପରିବର୍ତନ କରି ବିଜେପି ରେ ସାମିଲ ହେଇଛନ୍ତି

I କନକ ବର୍ଦ୍ଧନ ଙ୍କ ବାସଭବନ ରେ ଆୟୋଜିତ ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ଏବଂ ବୈଜୟନ୍ତ ଙ୍କ ଉପସ୍ତିତିରେ ବିଜେପି ରେ ସାମିଲ ହେଇଛନ୍ତି ପ୍ରତ୍ୟୁଷା I ଶୁଣାଯାଉଛି କି ନୟାଗଡ ରୁ ରାଜମାତା ପ୍ରାଥୀହେବେ ,ଏନେଇ ନିଜେ ପ୍ରତ୍ୟୁଷା କହିଛନ୍ତି ଯେ ସେ ବିଜେଡି ଠାରୁ ପ୍ରତିଶୋଧ ନେବେ ,ଦଳ ତାଙ୍କୁ ବହୁତ ଅପମାନ ଦେଇଛି I

Leave a Reply

Your email address will not be published. Required fields are marked *