ବିଧାୟକ ପାଇଁ ଦଳ ଦେଇଥିବା ଟିକେଟ ଫେରେଇଦେଲେ ମୁକ୍ତିକାନ୍ତ

କଂଗ୍ରେସ ,ବିଜେଡି ଏବଂ ବିଜେପି ର ଦଳୀୟ ପ୍ରାଥୀ ଘୋଷଣା ହେବାପରେ ସବୁ ଦଳରେ ଅସନ୍ତୋଷ ଲାଗି ରହଛି I ଟିକେଟ ଖଣ୍ଡେ ପାଇବାକୁ ନେତା ଯେ କେତେ ବିକଳ ହୁଅନ୍ତି ସେକଥା ସମସ୍ତେ ଜାଣିଛନ୍ତି I ଟିକେଟ ପାଇଁ ତ ଦୀର୍ଘଦିନ ଧରି ରହିଥିବା ଦଳ ଦଳରେ ମିଶନ୍ତି ନେତାମାନେ I ତେବେ ଏହାର ଏକ ବ୍ୟତିକ୍ରମ ରାଉରକେଲା ର ମୁକ୍ତିକାନ୍ତ ବିଶ୍ୱାଳ I ମୁକ୍ତିକାନ୍ତ ଙ୍କୁ କିଏ ବା ନଜାଣେ I ଓଡ଼ିଶାରେ ବେସ ଜଣାଶୁଣା ନା ଟିଏ I ରାଉରକେଲା ର ସ୍ୱାର୍ଥ ପାଇଁ ଚାଲିଚାଲି ଦିଲ୍ଲୀ ରେ ପହଞ୍ଚିଥିଲେ I

ମୁକ୍ତିକାନ୍ତ ଜଣେ ଠିକାଦାର ଭାବେ କାମ କରୁଥିବା ବେଳେ କଂଗ୍ରେସ ତାଙ୍କ ଲୋକପ୍ରିୟତା ପାଇଁ ରାଉରକେଲା ପାଇଁ ପ୍ରାଥୀ ଭାବେ ମନୋନୀତ କରି ଟିକେଟ ଦେଇଥିଲା ତେବେ ଏହାକୁ ସନମାନ ସହିତ ପ୍ରତ୍ୟାଖାନ କରିଛନ୍ତି ମୁକ୍ତିକାନ୍ତ I କହିଛନ୍ତି କି ସେ ନିର୍ବାଚନ ଲଢ଼ିବେନି ,ଲୋକଙ୍କ ପାଇଁ ସ୍ୱର ଉଠେଇଥିଲେ ଆଗକୁ ବି ଉଠେଇବେ I କିନ୍ତୁ ରାଜନୀତିରେ ପାଶୀବେନି I

Leave a Reply

Your email address will not be published. Required fields are marked *