ହୋଲି ପୂର୍ବରୁ ନବୀନ ଙ୍କ ସହ କଳା ବୋଳିଦେଲେ ନନ୍ଦଙ୍କ ପୁଅ ,ଯେତେ ଧୋଇଲେ ବି ଛାଡ଼ୁନି !!

ଗତକାଲି ଥିଲା ହୋଲି ,ରଙ୍ଗର ପର୍ବ ହୋଲି ସବୁଆଡେ ପାଳନ ହେଉଥିଲେ ମଧ୍ୟ କିଛି ନେତା ମାନେ ପୁଲୱାମା ସହିଦ ଘଟଣା ପାଇଁ ହୋଲି ଖେଳିବାକୁ ମନା କରିଦେଇଥିଲେ I ଏହିକ୍ରମରେ ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଲି ଖେଳିନଥିଲେ ,ତେବେ ହୋଲି ପୂର୍ବ ଦିନ ତାଙ୍କ ଦେହରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଙ୍କ ସୁପୁତ୍ର ଯେଉଁ ରଙ୍ଗ ବୋଳିଲେ (ହୁଏତ ରାଜନୀତି ଭାଷାରେ ଆମେ କହିପାରିବା ଯେ ରାଜନୀତିର କଳା ରଙ୍ଗ .) ଯେ ଯେତେ ଧୋଇଲେ ବି ସେ ରଙ୍ଗ ଛାଡିବନି I ବାପା ବିଜେଡି ର ଜଣେ ବରିଷ୍ଠ ନେତା ତଥା ମନ୍ତ୍ରୀ ମଧ୍ୟ ଥିଲେ ,ଏପରିକି ବର୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି କିନ୍ତୁ ପୁଅ ଋଷଭ ଙ୍କ ଉପରେ ବାପା କିମ୍ବା ବିଜେଡି ,ନବୀନ ଙ୍କ କୌଣସି ପ୍ରଭାବ ପଡ଼ିନଥିଲା I

ବାପା ବିଜେଡି ରେ ଥିବାବେଳେ ପୁଅ ବିଜେପି ପ୍ରତି ଆକର୍ଷିତ ହେଇ ବିଜେପି ରେ ଯୋଗ ଦେଇଛନ୍ତି I ଯାହାକୁ ନେଇ ରାଜନୀତି ରେ ଜୋରଦାର ଚର୍ଚ୍ଚା ଚାଲିଛି କି ପୁଅ ବୋଳିଦେଲା କଳା I

Leave a Reply

Your email address will not be published. Required fields are marked *