ପଦ୍ମ ଧରିବେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ,କଟକ ଲୋକସଭା ପାଇଁ ଲଢ଼ିବେ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଗୁଡିକ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛନ୍ତି I ଅଧିକାଂଶ ପ୍ରାଥୀ ଏବେ ବିଜେପି ମୁଁହା ହେଇଥିବା ବେଳେ ସେହିପରି ବିଜେପି ରେ ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଖୁବ ଶୀଘ୍ର ସାମିଲ ହେବେ ବୋଲି ଜଣାପଡିଛି Iବିଜେପି ତରଫରୁ ଆଲୋଚନା ସରିଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେବେ I ତେବେ ଚର୍ଚ୍ଚା ଚାଲିଛି କି କଟକ ଲୋକସଭା ଆସନରୁ ସାଂସଦ ପାଇଁ ଲଢ଼ିବେ ପ୍ରକାଶ

I ପୂର୍ବରୁ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କଟକ ଲୋକସଭା ପାଇଁ ଆଶାୟୀ ଥିବାବେଳେ ତାଙ୍କୁ ରାଜ୍ୟ ଉପସଭାପତି ପଦରେ ସନ୍ତୁଷ୍ଟ କରାଯାଇ ଲୋକସଭା ପାଇଁ ମିଶ୍ର ଙ୍କ ଟିକେଟ ବନ୍ଦୋବସ୍ତ କରାଯାଇଛି I ତେଣୁ କଟକ ରୁ ମିଶ୍ର ଲଢ଼ିବା ଏକ ପ୍ରକାର ନିର୍ଚ୍ଚିତ I

Leave a Reply

Your email address will not be published. Required fields are marked *